ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ  ଇଞ୍ଜିନିୟର ଏକତା ମଞ୍ଚ ର ବିକ୍ଷୋଭ।  

 ଅନୁଗୋଳ :ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିରସ ଏକତା ମଞ୍ଚ  ଅନୁଗୋଳ ଜିଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ । ମଞ୍ଚର ଆବାହକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ  ଅନୁଗୋଳ  ବିଦ୍ୟୁତ ଡିଭିଜନ ଏବଂ ତାଳଚେର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଆସନ୍ତା ୧୪ତାରିଖରେ ସାରା ରାଜ୍ୟର କର୍ମଚାରୀ ଏକାଠି ହୋଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ମଞ୍ଚ ଦାବି କରିଛିଯେ ବିଦ୍ୟୁତ ବିଭାଗକୁ ଟାଟା ନେବା ଆଗରୁ କର୍ମଚାରୀ ମାନଙ୍କ ୧୯୦୦ କୋଟି ଟଙ୍କା ପିଏଫ ଥିଲା।

Advertisement

ଏବେ ସେ ଟଙ୍କାର ହିସାବ ନାହିଁ। ତେଣୁ ଟାଟା କର୍ତ୍ତୃପକ୍ଷ ତାହାର ହିସାବ ଦିଅନ୍ତୁ। ଅନେକ କର୍ମଚାରୀ ଏବେ ମଧ୍ୟ ଅସ୍ଥାୟୀ ଭାବେ କାମ କରୁଛନ୍ତି। ସେମାନଙ୍କୁ ସ୍ଥାୟୀ କରାଯାଉ। ଏନେଇ ଟାଟା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ଏକ ମାସ ମଧ୍ୟରେ ଏହାର ସମାଧାନ କରିବାକୁ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ନିରବ ରହିଛନ୍ତି। ତେଣୁ ବାଧ୍ୟ ହୋଇ ସାରା ରାଜ୍ୟରେ ପ୍ରତିବାଦ କରାଯାଉଛି ବୋଲି ମଞ୍ଚ କହିଛି।

Leave a Reply

Your email address will not be published. Required fields are marked *