ଭୁବନେଶ୍ବର: ତାତିରେ ରାଜ୍ୟ ସାରା ସନ୍ତୁଳି ହେଉଛିନ୍ତି ।ନା ଦେହରୁ ଝାଳ ଶୁଖୁନି ନା ଘରେ କି ବାହାରେ କେଉଁଠି ବି ଶାନ୍ତି ନାହିଁ। ୪ଦିନ ହେଲା ଏହିଭଳି ପାଗ ଉପକୂଳ ଓଡ଼ିଶାବାସୀଙ୍କୁ ସନ୍ତୁଳି ପକାଇଲାଣି। ବିଶେଷ କରି ଆଜି ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା। ଏଥିମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର। ଏବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ବଡ଼କଥା ଯେ ଗତକାଲି ଝାରସୁଗୁଡାରେ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଆଜି ମଧ୍ୟ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି
