JSPL ପକ୍ଷରୁ  ବିଶ୍ଵ ପରିବେଶ  ଦିବସ ୨୦୨୩ ପାଳିତ

ଅନୁଗୋଳ: ନିରନ୍ତରତାର  ମୂଳ ମନ୍ତ୍ର ନେଇ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରପକ୍ଷ ରୁ ବିଶ୍ଵପରିବେଶ ଦିବସ ୨୦୨୩ ପାଳନ,ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବୃକ୍ଷରୋପଣ ସହ ପାଳନ ହୋଇଅଛିl ଚଳିତ ବର୍ଷର ବିଶ୍ଵପରିବେଶ ଦିବସ ର ଥିମ‘ପ୍ଲାଷ୍ଟିକ ପ୍ରଦୂଷଣ କୁ ହରାନ୍ତୁ’ ଏବଂ ପରିବେଶର ସୃଷ୍ଟି ଉପରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା, ଚିତ୍ରାଙ୍କନ, ନିବନ୍ଧ, କୁଇଜ ଏବଂ ପରିବେଶ ଉପରେ ଆଧାରିତ ଏକ ରାଲି ମଧ୍ୟ ଆୟୋଯନ କରାଯାଇଥିଲା l ଏହି ଅବସରରେ ଆୟୋଜିତ ହୋଇଥିବା ପରିବେଶ ସଚେତନତାଧର୍ମୀ ରାଲିକୁ ଜେଏସପି ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵରଝା, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ l ଏହି ରାଲି ଅଂଶଗ୍ରହଣକାରୀ ମାନେ ଏହି ଅବସରରେ ପ୍ଳାଣ୍ଟ ପରିସରରେ ୫୦୦ରୁ ଊର୍ଦ୍ଧ୍ଵଚାରାରୋପଣକରିଥିଲେl

ଏହି ଅବସରରେ  ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ସାମାଜିକ ଗଣମାଧ୍ୟମରେ ବାର୍ତା ଦେଇ ସମସ୍ତଙ୍କୁ ନିବେଦନ କରିଥିଲେ ଯେ, ଆସନ୍ତୁ ଆମ୍ଭେ ସମସ୍ତେ ପ୍ରତିଜ୍ଞା କରିବା ପ୍ରକୃତିକୁ ଆମ୍ଭେ ପାଳନ ପୋଷଣ କରିବା, ଯାହା ଆମକୁ ପାଳନ ପୋଷଣ କରିଅଛି l ଏହି ଛୋଟ ଛୋଟ ପଦକ୍ଷେପ ବହୁତ ଲମ୍ବା ଯାତ୍ରାରେ ସାହାଯ୍ୟ କରିବ l ମନେ ରଖନ୍ତୁ, ଆଉ କୌଣସି ଦ୍ଵିତୀୟପୃଥିବୀନାହିଁlଏହି ଅବସରରେ ଶ୍ରୀ ଝା ଉପସ୍ଥିତ କର୍ମଚାରୀ ତଥା ତାଙ୍କ ପରିବାରବର୍ଗ ଏବଂ ପାର୍ଶ୍ଵବର୍ତୀଗ୍ରାମାଞ୍ଚଳରୁଆସିଥିବାଜନସାଧାରଣଙ୍କୁକହିଥିଲେଯେ, ବୃକ୍ଷରୋପଣ ହେଉଛି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ସୁନ୍ଦର ପଦକ୍ଷେପ ଏବଂ ଏହା ଆମକୁ ବଞ୍ଚିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସହାୟ ହେବ l ଏହି କାର୍ଯ୍ୟକ୍ରମକୁ ଜେଏସପି ପରିବେଶ ପରିଚାଳନା ବିଭାଗ ମୁଖ୍ୟ ଶ୍ରୀ ଆଲୋକ ସାହୁ ସଂଚାଳନ କରିଥିଲେ l

ଜେଏସପି ଫାଉଣ୍ଡେସନ ପକ୍ଷରୁ ଏକ ଗୋଷ୍ଠୀଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଏହି ଉପଲକ୍ଷେ ବେଣାଗାଡିଆ ଉଚ୍ଚ ବିଦ୍ୟାଳୟ ଠାରେ ବେଣାଗାଡିଆ ଗ୍ରାମ୍ୟ ଉନ୍ନୟନ କମିଟି ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶ୍ରୀମତୀ ପୁଷ୍ପଲତା ଶତପଥୀ – ଜିଏମ , ସିଏସଆର, ଜେଏସପି ଶୁଭାରମ୍ଭ କରିଥିଲା ବେଳେ, ଏଥିରେ ବେଣାଗାଡିଆ ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଶ୍ରୀ କୁମର ବେହେରା, ବେଣାଗାଡିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଧୃବ ଚରଣ ସାହୁ ତଥା ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥି ଉପସ୍ଥିତ ଥିଲେ l ଇତ୍ୟବସରରେ ବେଣାଗାଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦୦ରୁ ଊର୍ଦ୍ଧ୍ଵଚାରାଗ୍ରାମବାସୀଙ୍କଦ୍ଵାରାରୋପଣକରାଯାଇଥିଲାl ଏହି ଅବସରରେ, ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଦେଶବାସୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ଏକ ବାର୍ତା ମାଧ୍ୟମରେ ପ୍ରକାଶ କହିଥିଲେ ଯେ, “ପ୍ଲାଷ୍ଟିକ ସମୁଦ୍ର, ମାଟି ଏବଂ ଜଙ୍ଗଲର ଅପୂରଣୀୟ କ୍ଷତି ଘଟାଇଥାଏ । ଆସନ୍ତୁ ଆମ୍ଭେ ସମସ୍ତେ ଆମର ଗ୍ରହକୁ ପ୍ଲାଷ୍ଟିକର ଭୟାବହତା ଠାରୁ ରକ୍ଷା କରିବା । ଜେଏସପି ଫାଉଣ୍ଡେସନ ଏହାର କାର୍ଯ୍ୟକ୍ରମରେ ପରିବେଶର ସୁରକ୍ଷା କରିବା ସହ ଜନସାଧାରଣ ଏବଂ ପୃଥିବୀର ସୁରକ୍ଷା ନିମନ୍ତେ ଉତ୍ସର୍ଗୀକୃତ l ଆମ୍ଭେ ଚଳିତ ବର୍ଷର ବିଶ୍ଵ ପରିବେଶ ଦିବସ- ୨୦୨୩ ର ଥିମ/ବିଷୟକୁ ସାରା ଦେଶରେ ଥିବା ପ୍ରକଳ୍ପ ଗୁଡିକରେ କାର୍ଯ୍ୟକାରୀ କରୁଅଛୁ

Leave a Reply

Your email address will not be published. Required fields are marked *