ଆସିଲା ଟ୍ବିଟରର ପ୍ରତିଦ୍ବନ୍ଦୀ ‘ଥ୍ରେଡ୍ସ’, ଜୁକରବର୍ଗ କଲେ ଘୋଷଣା

ନ୍ୟୁୟର୍କ : ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ନିଜର ବହୁ ପ୍ରତୀକ୍ଷିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ୍ ଲଞ୍ଚ ହୋଇଛି । ଥ୍ରେଡ୍ସ ହେଉଛି ଏକ ଟେକ୍ସଟ୍ ଆଧାରିତ ସୋସିଆଲ ମିଡିଆ ଆପ୍ ଯାହାକୁ ଏଲନ୍ ମସ୍କଙ୍କ ଟ୍ୱିଟରର ପ୍ରତିଦ୍ୱନ୍ଦ୍ୱୀ ଭାବେ ବର୍ଣ୍ଣନା କରାଯାଉଛି। ଏହି ଆପ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦାବି କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଲେଣି।
ମେଟାର ଏହି ନୂଆ ଆପକୁ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଆକସେସ୍ କରାଯାଇପାରିବ । ନିଜର ପ୍ରତିଦ୍ୱନ୍ଦ୍ୱୀ ଟ୍ୱିଟର ସହ ଏହାର ବହୁତ ସମାନତା ଥିବା ଦେଖାଯାଉଛି । ରିୟଲ ଟାଇମ୍ ଫିଡ୍ ମଧ୍ୟ ଥ୍ରେଡ୍ ରେ ଉପଲବ୍ଧ ହେବ। ଏହାର ଫିଚର ଏବଂ ଇଣ୍ଟରଫେସ୍ ମୁଖ୍ୟତଃ ଟ୍ୱିଟର ସହ ସମାନ । ଏହି ଆପରେ ୟୁଜର୍ସ ମାଇକ୍ରୋ ବ୍ଲଗିଂ, ଲାଇକ ଏବଂ ରିପୋଷ୍ଟ କରିପାରିବେ । ଏହାବ୍ୟତୀତ ୟୁଜର୍ସ ଟ୍ୱିଟ୍ କରିବା ଭଳି ଥ୍ରେଡ୍ କୁ କୋଟ୍ କରିପାରିବେ।
ତେବେ ଏବେ ଥ୍ରେଡକୁ କେବଳ ଆଇଓଏସ ଓ ଆଣ୍ଡ୍ରଏଡ୍ ଆପ ହିସାବରେ ଲଞ୍ଚ୍ କରାଯାଇଛି । ଏହାର ଡେସ୍କଟପ୍ ଭର୍ସନ ଲଞ୍ଚ୍ କରାଯାଇନାହିଁ । ପରବର୍ତ୍ତୀ କାଳରେ ଏହାର ଡେସ୍କଟପ ଭର୍ସନ ବି ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *