ସରିଲା 5 ଟି ସଚିବ ଙ୍କ ତୁଫାନି ଗ୍ରସ୍ତ,୭ ଦିନ ମଧ୍ୟରେ ସମସ୍ୟା ର ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି।

ଓଡିଶା ସରକାରଙ୍କ 5 ଟି ସଚିବ ଭି କେ ପାଣ୍ଡିଆନଙ୍କ ଅନୁଗୋଳ
ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ସକାଳ ସମୟରେ ଶୈଳଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପୂର୍ବକ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ ପରେ ପରେ ଖଲାରୀସ୍ଥିତ 5ଟି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରୁ ଅନୁଗୋଳ ପୌରପାଳିକାର ମିଶନ ଶକ୍ତି କାଫେ ଠାରେ ଜଳପାନ ପରେ ହେଲିକ୍ୟାପଟର ଯୋଗେ କଣିହାଁ ବ୍ଲକ୍‌ ଅନ୍ତର୍ଗତ ପବିତ୍ରନଗର କଲେଜପଡିଆ ଠାରେ ସାଧାରଣସଭାରେ ଉଦ୍‌ବୋଧନ ଦେଇଥିଲେ ।

ସେଠାରୁ ପାଳଲହଡା ଅଭିମୁଖେ ଯାତ୍ରା କରି
ଝିମିରିପାଲି ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ପାଳଲହଡା ଷ୍ଟାଡିୟମ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ମଞ୍ଚ ଉପରକୁ ଯିବା ପୂର୍ବରୁ ସେ ସେଠାରେ ଉପସ୍ଥିତ ଥିବାଜନସାଧାରଣଙ୍କ ସହିତ ମିଶି ସେମାନଂକ ଠାରୁ ନିଜେ ଅଭିଯୋଗ ପତ୍ର ସବୁ ଗ୍ରହଣ କରିଥିଲେ ଏବଂ ମଞ୍ଚ ଉପରକୁ ଯାଇ ମନ୍ଦିର,ମସଜିଦ୍,ଚର୍ଚ୍ଚ,କମ୍ୟୁନିଟି ସେଣ୍ଟରଗୁଡ଼ିକର ବିକାଶ ନିମନ୍ତେ ମିଳିଥିବା ସମସ୍ତ ଦରଖାସ୍ତର ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ପରେ ପରେ ଆଠମଲ୍ଲିକରେ ପହଞ୍ଚି ମା ମାହେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ଆଠମଲ୍ଲିକ ଷ୍ଟାଡିୟମ ଠାରେ ଏକ ସାଧାରଣ ସଭାରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଦେଉଳଝରୀ ମନ୍ଦିର ଦର୍ଶନ ପରେ ମାନଜୋର ଡ୍ୟାମକୁ ପରିଦର୍ଶନ
କରିଥିଲେ । ସେଠାରୁ ବାହାରି କିଶୋରନଗର କଲେଜ ପଡିଆ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିଲେ । ପରେ ପରେ କିଶୋରନଗର ବ୍ଳକ୍ ମିଶନ ଶକ୍ତି କାଫେ ଠାରେ
ମଧ୍ୟାହ୍ନ ଭୋଜନ ସାରି କିଶୋରନଗର ପଡିଆ ଠାରୁ ହେଲିକ୍ୟାପଟର ଯୋଗେ ଅପରାହ୍ନ ୩ ଘଟିକା
ସମୟରେ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଥିଲେ ।

5T ସଚିବଙ୍କ ସମସ୍ତ ସଭାରେ ବହୁ ଜନସମାଗମ ଦେଖୁବାକୁ ମିଳିଥିଲା ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ 5ଟି ସଚିବଙ୍କ ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ
ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ସଚିବଙ୍କ ଦୁଇ ଦିନର ଗସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ
କରିଥିଲେ ।

Leave a Reply

Your email address will not be published. Required fields are marked *