ତାଳଚେର : 77ତମ ସ୍ୱାଧୀନତା ଦିବସ ଆଜି NTPC-ତାଳଚେର ଥର୍ମାଲ ଠାରେ ମହାସମାରୋହ ରେ ପାଳିତ ହୋଇ ଯାଇଛି। ପ୍ରାତଃ କାଳରେ ଗାନ୍ଧୀ ଉଦ୍ୟାନ ରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ପ୍ଲାଣ୍ଟ ପରିସରରେ ସମସ୍ତେ ଏକତ୍ରିତ ହୋଇ ଥିଲେ। ତାଳଚେର ଥର୍ମାଲ ର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ଗୌତମ ଦେବ ଜାତୀୟ ପତାକା ଉତ୍ତୋଳନ କରି ତାଙ୍କ ଭାଷଣ ରେ ଦେଶ ଓ NTPC ସମ୍ପର୍କ ରେ ଏକ ସାର ଗର୍ଭକ ଆଲୋଚନା କରିଥିଲେ। ଦେଶ ଆଗ ଓ ସମସ୍ତେ ଦେଶ ପାଇଁ ପ୍ରେରଣା ର ଉତ୍ସ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ସମସ୍ତ GM, CISF, ଲେଡ଼ିଜ କ୍ଳବ ର ସଦସ୍ୟା, ଡାକ୍ତର ଟିମ, କର୍ମଚାରୀ, ସ୍କୁଲ ର ଶିକ୍ଷକ ଓ ପିଲାମାନେ, ସ୍ଥାନୀୟ ସରପଞ୍ଚ, ଜନତା, ୟୁନିଅନ କର୍ମକର୍ତା ଯୋଗ ଦେଇ ଏହାକୁ ସଫଳ ରୂପାୟନ ଦେଇଥିଲେ। ସ୍କୁଲ ପିଲାମାନେ ଚିତାକର୍ଷକ ଦେଶାତ୍ମବୋଧ ସଂଗୀତ ଓ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନ ମୋହିନେଇଥିଲେ। ସ୍କୁଲ ଓ କଲେଜ ରେ ଶୀର୍ଷ ନମ୍ବର ରଖି ଥିବା ପିଲାମାନଙ୍କୁ 10,000 ଟଙ୍କାର ପୁରସ୍କାର ଦିଆ ଯାଇଥିଲା.ପରେ ପରେ ହସ୍ପିଟାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ତାଳଚେର ଥର୍ମାଲ ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ


