ପର ଲୋକରେ ବିଶିଷ୍ଟ ବ୍ୟବସାୟୀ । 

ଅନୁଗୋଳ ର ବିଶିଷ୍ଟ ବ୍ୟବସାୟୀ ତଥା ଜଣା ଶୁଣା ହୋଟେଲ ଶାନ୍ତି ର ପରିଚଳା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ସେ କିଡ଼ିନି ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ଅବସ୍ଥା ଅଧିକ ସଂକଣ୍ଟାପର୍ଣ୍ଣ ହେବାରୁ ତାଙ୍କୁ ଫେରାଇ ଦେଇଥିଲେ। ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କର ମୃତ୍ୟୁ ହୋଇଥିଲା।ମୃତ୍ୟୁ ବେଳକୁ ତାଙ୍କ ପୁଅ ଓ ପରିବାର ଲୋକେ ଉପସ୍ଥିତ ଥିଲେ। ଆଜି ତାଙ୍କ ମର ଶରୀର ଅମଲାପଡ଼ା ଘରୁ ତାଙ୍କ ପୈତୃକ ଘର ଖଲାରୀ ନିଆ ଯାଇଥିଲା ।ସେଠାରୁ ଶେଷ କୃତ୍ୟ ସମ୍ପର୍ଣ୍ଣ ପାଇଁ  ତାଙ୍କ ଶରୀର ସ୍ୱର୍ଗ ଦ୍ୱରା ନିଆଯାଇଛି।

Advertisement

ଶଙ୍କରାଚାର୍ଯ୍ୟ ଜଣେ ସଫଳ ହୋଟେଲ ବ୍ୟସାୟୀ । ଦୀର୍ଘ ବର୍ଷ ଧରି ବସ ଶାଣ୍ଡ ଲକ୍ଷ୍ମୀ ପୂଜା କମିଟି ର ସଭାପତି ରହିଥିଲେ। ଏହା ସହ ସେ ଲାଇନ୍ସ କ୍ଲବ ର ମଧ୍ୟ ସଭାପତି ଥିଲେ ।

Leave a Reply

Your email address will not be published. Required fields are marked *