ଅନୁଗୋଳ : ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ଉପଭୋକ୍ତାଙ୍କ ଘରେ ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରିବା, ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, ବିଦୁ୍ୟତ୍ ସଂଶୋଧନ ବିଲ୍-୨୦୨୨ ପ୍ରତ୍ୟାହାର କରିବା, Time of Day Tariff ଲାଗୁ କରି ଅଧିକ ବିଦୁ୍ୟତ ବ୍ୟବହୃତ ସମୟ (Peak hour) ପାଇଁ ଅଧିକ ବିଦୁ୍ୟତ୍ ଶୁଳ୍କ ନିର୍ଦ୍ଧାରଣ ପ୍ରସ୍ତାବ ବାତିଲ କରିବା, ବିଦୁ୍ୟତ୍ ଶୁଳ୍କ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଜୁଲୁମ୍ ବନ୍ଦ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଇଦେବା, ଘନ ଘନ ବିଦୁ୍ୟତ୍ କାଟ୍, ଲୋ-ଭୋଲ୍ଟେଜ୍ ସମସ୍ୟାର ସମାଧାନ କରିବା, ଟ୍ରାନ୍ସଫରମର୍ ଅଚଳ ହେଲେ କିମ୍ବା ପୋଡିଗଲେ ୨୪ଘଣ୍ଟା ମଧ୍ୟରେ ଟ୍ରାନ୍ସଫରମର୍କୁ ସଚଳ କିମ୍ବା ନୂତନ ଟ୍ରାନ୍ସଫରମର୍ ସ୍ଥାପନ କରି ବିଦୁ୍ୟତ୍ ଯୋଗାଣ ସ୍ୱାଭାବିକ କରିବା, ବିଦୁ୍ୟତ୍ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଆଜି ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (AIECA) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଓ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଶତାଧିକ ବିଦୁ୍ୟତ୍ ଉପଭୋକ୍ତା ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ତୁରନ୍ତ ବାତିଲ କରିବା, ସ୍ମାର୍ଟ ମିଟର ନାଁରେ ସ୍ମାର୍ଟ ଶୋଷଣ ବନ୍ଦ କରିବା, ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, ୩୦୦ୟୁନିଟ୍ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଣ ପ୍ରଭୃତି ଦାବିରେ ସ୍ଲୋଗାନ୍ ମାନ ଦେଇ ଅନୁଗୋଳ ବଜାର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଁଚିଥିଲା । ସେଠାରେ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ର ଜିଲ୍ଲା ଆବାହକ ତୀର୍ଥବାସୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଗଠନର ରାଜ୍ୟ ଆବାହକ ଜୟସେନ ମେହେର ବକ୍ତବ୍ୟଦେଇ ରାଜ୍ୟ ସରକାର ଓ ବିଦୁ୍ୟତ୍ ବିତରଣ କମ୍ପାନୀ ଟାଟା ପାୱାରର ମଧୁଚନ୍ଦ୍ରିକାରେ ସ୍ମାର୍ଟ ମିଟର ଲଗାଇ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ଶୋଷଣ କରିବାର ନୂତନ ଷଡଯନ୍ତ୍ରକୁ ତୀବ୍ର ନିନ୍ଦା କରିଥିଲେ । ବିଦୁ୍ୟତ୍ ସେବା ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଜନସାଧାରଣଙ୍କୁ ସୁଲଭ ଦରରେ ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ କରିବା ଗୋଟିଏ ଜନମଙ୍ଗଳକାରୀର ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ସେହି ଉଦେ୍ଦଶ୍ୟରେ ବିଦୁ୍ୟତ୍ ଆଇନ୍ ୧୯୪୮ କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର ବର୍ତ୍ତମାନର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଟାଟା, ଆଦାନୀ, ଅମ୍ବାନୀ, ଗୋଏଙ୍କା ଭଳି କର୍ପୋରେଟ୍ ସଂସ୍ଥାମାନଙ୍କୁ ଲାଭ ଲୁଟିବାର ନିଶ୍ଚିତ ସୁଯୋଗ ସୃଷ୍ଟି କରିବା ଉଦେ୍ଦଶ୍ୟରେ ବିଦୁ୍ୟତ୍ ଆଇନ୍ର ପରିବର୍ତ୍ତନ କରି ବିଦୁ୍ୟତ୍ ସଂଶୋଧନ ବିଲ୍-୨୦୨୨ ସଂସଦରେ ଆଗତ କରିଛନ୍ତି । ଉତ୍ପାଦନ ଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ବିଦୁ୍ୟତ୍ କ୍ଷେତ୍ର ଘରୋଇକରଣ କରାଯାଇଛି । ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ସୀମାହୀନ ଭାବେ ଶୋଷଣ କରିବା ଏବଂ ମନଇଚ୍ଛା ବିଦୁ୍ୟତ୍ ଶୁଳ୍କ ବୃଦ୍ଧି କରିବା ପାଇଁ ପୂର୍ବ ପ୍ରଚଳିତ ବିଦୁ୍ୟତ୍ ଶୁଳ୍କ ସ୍ଲାବ୍ରେ ପରିବର୍ତ୍ତନ କରାଯାଇ ‘ଟାଇମ୍ ଅଫ୍ ଡେ’ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ସ୍ମାର୍ଟ ମିଟର ବସାଇବା ପ୍ରୟୋଜନ ଥିବାରୁ ବର୍ତ୍ତମାନ ବିଦୁ୍ୟତ୍ ଉପଭୋକ୍ତାମାନଙ୍କ ଘରେ ·ଲୁଥିବା ସଠିକ୍ ମିଟର ବିନା କାରଣରେ ପରିବର୍ତ୍ତନ କରି ସ୍ମାର୍ଟ ମିଟର ବସାଇବାର ଯୋଜନା କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ବିଦୁ୍ୟତ୍ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ଏବଂ ସମସ୍ତ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଣ ପାଇଁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇ କମ୍ପାନୀମାନଙ୍କ ସ୍ୱାର୍ଥରେ ସ୍ମାର୍ଟ ମିଟର ଲଗାଇବା ନିଷ୍ପତ୍ତି ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ ଓ ଚରଣ ଜନସ୍ୱାର୍ଥ ବିରୋଧୀ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ବିଦୁ୍ୟତ୍ ଉପଭୋକ୍ତାଙ୍କର ସ୍ୱାର୍ଥର ସୁରକ୍ଷା କରିବା ଏବଂ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଗାଁ, ସାହି, ପଡା, ବସ୍ତିରେ ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ନେଇ କମିଟି ଗଠନ ସହିତ ସଂଗଠିତ ଆନେ୍ଦାଳନ ଗଢ଼ି ତୋଳିବାକୁ ଶ୍ରୀ ମେହେର ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ବିକ୍ଷୋଭସ୍ଥଳରୁ ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟଙ୍କୁ ସାକ୍ଷାତ କରି ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୯ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ବିଦୁ୍ୟତ୍ ଉପଭୋକ୍ତାଙ୍କ ସ୍ୱାର୍ଥରେ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ବାତିଲ କରିବା ଏବଂ ବିଦୁ୍ୟତ୍ ସେବାର ଜ୍ୱଳନ୍ତ ସମସ୍ୟାର ସମାଧାନ ପାଇଁ ବାସ୍ତବ ପଦକ୍ଷେପ ନନେଲେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ନେଇ ଆନେ୍ଦାଳନ କରାଯିବାର ଚେତାବନୀ ଦେଇ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଆଜିର ଆନେ୍ଦାଳନରେ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ର ସର୍ବଭାରତୀୟ କମିଟି ସଭ୍ୟ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ହେମନ୍ତ କୁମାର ଦାସ, ପଠାଣୀ ବାରିହା, ତ୍ରିଲୋଚନ ଜେନା, ଅଭିମନୁ୍ୟ ସ୍ୱାଇଁ, ଦୁର୍ଯେ୍ୟାଧନ କର, ଜେନାମଣି ରାଉତ, ଦାମୋଦର ଦାସ, ରମେଶ ଚନ୍ଦ୍ର ସାହୁ, ବେଣୁଧର ପ୍ରଧାନ, ନିରୋଦ ଚନ୍ଦ୍ର ପାଳ, ସଞ୍ଜୟ ସାହୁ, ଦୁଃଖିଶ୍ୟାମ ମଲ୍ଲିକ, ପଦ୍ମନାଭ ସାମଲଙ୍କ ସମେତ ଶତାଧିକ ବିଦୁ୍ୟତ୍ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ ।