ବାସନ୍ତୀ ଭଲିବଲ: କିଟ ଭୁବନେଶ୍ୱର ଚଳିତ ବର୍ଷର ଚମ୍ପିୟାନ

ଅନୁଗୋଳ:   ଅନୁଗୋଳ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୋଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି । ଗତ ୧ ଓ ୨ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର ୬ ଟି ଦଳ ଭାଗ ନେଇଥିଲେ । ଯେଉଁଥିରେ ହରିଆନା ସ୍ପାଇକର୍ସକୁ ସେମିଫାଇନାଲରେ ହରାଇ ସୁର୍ଯ୍ୟସିଖା ଭଦ୍ରକ ଓ ବାସନ୍ତୀ ଭଳିବଲ ଟିମକୁ ହରାଇ କିଟ ଭୁବନେଶ୍ୱର ଦଳ ଫାଇନାଲରେ ପହଞ୍ଚିଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ୩-୨ ସେଟ ରେ କିଟ ଭୁବନେଶ୍ୱର ଦଳ ଭଦ୍ରକ ର ସୁର୍ଯ୍ୟସିଖାକୁ ହରାଇ ବିଜେତା ହୋଇଥିଲା ।

Advertisement

ଉଦଯାପନି ଉତ୍ସବରେ ଅନୁଗୋଳ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି , ବାସନ୍ତୀ ଦୁର୍ଗା ପୂଜା ସଭାପତି ଶକ୍ତି ପ୍ରସାଦ ପଟନାୟକ , ଉପ ସଭାପତି ଯତୀନ ସେଠି , ଆଇନଜୀବୀ ପ୍ରଦୀପ ଦେବତା , ସମ୍ପାଦକ ଗୌରଗୋବିନ୍ଦ ସାମନ୍ତ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚମ୍ପିଅନ ଦଳକୁ ଟ୍ରଫି ସହିତ ୨୫ ହଜାର ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହିତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଭଦ୍ରକର ଭୈରବ ମହାପାତ୍ର ମ୍ୟାନ ଅଫ ଦ ମ୍ୟାଚ୍ ଓ କିଟର ସାର୍ଥକ ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ , ଭଦ୍ରକର ଏ ରାଜୁ ବେଷ୍ଟ ସେଟର ଭାବେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଜିଲ୍ଲାର ପୂର୍ବତନ ଭଲିବଲ ଖେଳାଳି ଲଳିତ ପ୍ରଧାନଙ୍କୁ ବାସନ୍ତୀ କ୍ରୀଡ଼ା ପିଲର, ଚୈତନ୍ୟ ପ୍ରଧାନଙ୍କୁ ବାସନ୍ତୀ କ୍ରୀଡ଼ା ରତ୍ନ, ଶରତ ଚନ୍ଦ୍ର ପାଣିଙ୍କୁ ବାସନ୍ତୀ କ୍ରୀଡ଼ା କେଶରୀ, ପୂର୍ବତନ କୋଚ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁଙ୍କୁ ବାସନ୍ତୀ କ୍ରୀଡ଼ା ଶିରୋମଣି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେହିପରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କ୍ଷେତ୍ରରେ ମର୍ଣ୍ଣିଂ ଷ୍ଟାର ଓ ପୂଜା କମିଟି ଭାବେ କ୍ଲବ ଗଣପତକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାସନ୍ତୀ ଭଲିବଲ ଟ୍ରଷ୍ଟର ସଭାପତି ପ୍ରତାପ ମାଝି, ସମ୍ପାଦକ ରଶ୍ମିରଂଜନ ପ୍ରଧାନ, କୋଚ ଦିବ୍ୟରଂଜନ ବେହେରା, କୋଷାଧ୍ୟକ୍ଷ ସମରେଶ ନାଥ , ନୌଷଦ ଅଲ୍ଲୀଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଟୁର୍ଣ୍ଣମେଣ୍ଟ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *