ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟିତ

ଅନୁଗୋଳ : ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୋଳ ସହରର ମାଟିଆସାହି ଠାରେ ଉଦ୍‌ଘାଟିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ସମାଜସେବୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଅନୁଗୁଳ ଶାଖାର ମୁଖ୍ୟ ପ୍ରବନ୍ଧକ ଜଗଦୀଶ ପରିହାର, ସ୍ଥାନୀୟ କାଉନ୍ସିଲର ଟୁନି ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପସ୍‌ର ଉଦ୍‌ଘାଟନ କରିଥିଲେ।

Advertisement

ଅମଲାପଡ଼ା ଓ ପ୍ରଗତିନଗରରେ ଅନୁଷ୍ଠାନର ଦୁଇଟି କ୍ୟାମ୍ପସ୍ ସଫଳତାର ସହିତ ପରିଚାଳିତ ହେଉଛି । ସୁସୁଡ଼ା, ଖଲାରୀ, ମିଶ୍ରପଡ଼ା, କଲେଜ ଛକ ଓ ମାଟିଆସାହି ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ନୂତନ କ୍ୟାମ୍ପସ୍ ଖୋଲାଯାଇଥିବା ଅନୁଷ୍ଠାନର ଅଧ୍ଯକ୍ଷ ବୈଷ୍ଣବୀ ଦେଓ ପ୍ରକାଶ କରିଛନ୍ତି । ଉତ୍ତମ ଶୈଖିକ ବାତାବରଣ ସହିତ ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହ, ଅଭିଜ୍ଞ ଶିକ୍ଷକ, ସିସିଟିଭି ସୁରକ୍ଷା ବ୍ୟବସ୍ଥା, ଲାଇବ୍ରେରୀ, ପରିବହନର ସୁବିଧା ଉପଲବ୍ଧ ଥିବା ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ କହିଛନ୍ତି । ଅନୁଷ୍ଠାନର ସହ ପରିଚାଳକ ପାର୍ଥସାରଥୀ ରାଉତ, ଏକାଡେମିକ୍ କୋର୍ଡିନେଟର ଭବାନୀ ଶଙ୍କର ସାହୁ, ନୀତିଶ୍ କୁମାର ବେହେରା, କ୍ୟାମ୍ପସ୍ କୋର୍ଡିନେଟର ଆଦ୍ୟଶ୍ଳୋକ ମିଶ୍ର, ମୋନାଲିସା ଗାଇଗରିଆ, ବିରେନ୍ ପ୍ରଧାନ, ରୋଜାଲିନ ସାହୁଙ୍କ ସମେତ ଅନୁଷ୍ଠାନର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହ‌ଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ, ଛାତ୍ରଛାତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *