କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଙ୍କୁ ଭେଟିଲେ ପୂର୍ବତନ ଭାଜପା ଜିଲ୍ଲା ସଭାପତି ଓ କୋଷାଧ୍ୟକ୍ଷ

ନୂଆଦିଲ୍ଲୀ : ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ପୂର୍ବତନ ଭାଜପା ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଓ ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର। ଅନୁଗୋଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସାଂସଦ ଶ୍ରୀ ପାଣିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି,ଶ୍ରେଣୀ ଗୃହ ନିର୍ମାଣ, ସାତକୋଶିଆ ବିସ୍ଥାପିତବାସୀଙ୍କ ଥଇଥାନ,ପୁରୁଣାକୋଟ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ୧୯୦୨ ମସିହାରେ ନିର୍ମିତ ଟାଇଁସି ନୋଡାଲ ସ୍କୁଲର ପୁନଃରୁଦ୍ଧାର, ,ବଇଣ୍ଡା ଛକରେ ବଙ୍ଗଳା ନିର୍ମାଣ ,ପଶୁ ଡାକ୍ତରଖାନା ନିର୍ମାଣ ଆଦି ବିଭିନ୍ନ ବିଷୟରେ ଦାବୀ ଉପସ୍ଥାପନା କରିଥିଲେ |

ଏହା ବ୍ୟତୀତ ଟାଇଁସି ଦୀନବନ୍ଧୁ ଜନକଲ୍ୟାଣ ହାଇସ୍କୁଲ ଠାରେ +2 କଲେଜ ପ୍ରତିଷ୍ଠା ପାଇଁ ନିର୍ବାଚନ ପୂର୍ବରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ନିବେଦନ କରଯାଇଥିଲା।ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟାରେ +୨ କଳା କଲେଜ ଅପଗ୍ରେଡ଼ ହୋଇପାରିଥିବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବତନ ଜିଲ୍ଳା ସଭାପତି ଦିଲେଶ୍ଵର ପ୍ରଧାନ ତାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *