ରେଡ଼ିଓ ସର୍ବୋଦୟର ପରିଚାଳନା ସମିତି ଗଠିତଆସନ୍ତା ମାସରେ ଆୟୋଜିତ ହେବ ବାର୍ଷିକ ଉତ୍ସବ

ଅନୁଗୋଳ :  ରେଡ଼ିଓ ସର୍ବୋଦୟର ପରିଚାଳନା ସମିତି ବୈଠକ ଆଜି ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଯୋଗଦେଇଥିବା ବିଭିନ୍ନ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ଯେ, ଯେତେବେଳେ ଯୁବ ଓ ଛାତ୍ର ସମାଜ ମୋବାଇଲ ନିଶାରେ ପଡ଼ିଛନ୍ତି, ସେତେବେଳେ ସେମାନଙ୍କୁ ସାହିତ୍ୟ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପରମ୍ପରା ସହ ମନୋରଞ୍ଜନ ପ୍ରତି ଆକୃଷ୍ଟ କରାଇବା ଦିଗରେ ରେଡ଼ିଓର ଏକ ବିଶେଷ ଭୂମିକା ରହିଛି। ୮୯.୬ ଏଫ୍.ଏମ୍. ଯୋଗେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରସାରିତ ହେଉଥିବା ରେଡ଼ିଓ ସର୍ବୋଦୟକୁ ଅଧିକ ଲୋକାଭିମୁଖୀ କରାଇବା ନେଇ ଏକ ନୂତନ ପରିଚାଳନା ସମିତି ଗଠିତ ହୋଇଛି। ଏହି ନୂତନ ସମିତିର ସଭାପତି ଭାବେ ଡ. ଧରଣୀଧର ନାଥ ଏବଂ ଉପସଭାପତି ଭାବେ ଆଇନଜୀବୀ ପ୍ରସନ୍ନ ବେହେରା ମନୋନୀତ ହୋଇଛନ୍ତି। କଲ୍ୟାଣ କିଶୋର ମହାନ୍ତିଙ୍କୁ ସମ୍ପାଦକ ଏବଂ ପର୍ଶୁରାମ ଦାଶ ଓ ସଂଗ୍ରାମ ରଞ୍ଜନ ନାଥଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।

Advertisement

ସମିତିର ପରାମର୍ଶଦାତା ମଣ୍ଡଳୀରେ ଆଇନଜୀବୀ ବସନ୍ତ କୁମାର ଦାସ, ପ୍ରଦୀପ ପଣ୍ଡା, ଦିଲ୍ଲୀପ ଦାସ, ପ୍ରମୋଦ ପ୍ରଧାନ, ସାମ୍ବାଦିକ ବିଶ୍ୱରଞ୍ଜନ ପଟ୍ଟନାୟକପ୍ରଫେସର କୁଳମଣି ନାୟକ, ଓ ମାନସ କୁମାର ପାଲ ରହିଛନ୍ତି। ସେହିପରି ମାନସ ରଞ୍ଜନ ମିଶ୍ର, ଶୁଭ୍ରାଂଶୁ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ସୁବ୍ରତ କୁମାର ପ୍ରଧାନ, ଗୌରୀ ବେହେରା, ଗୋମତୀ ବେହେରା, ବ୍ରହ୍ମଜ୍ୟୋତି ମିଶ୍ର, ସୁମନ ସାହୁ, ଅଭିଷେକ ପ୍ରଧାନ, ବିଶ୍ୱଜିତ ଦେହୁରୀ, ସୁଶାନ୍ତ କୁମାର ତ୍ରିପାଠୀ ଓ ଅନୁସୟା ବେହେରାଙ୍କୁ ସମିତିର ସଦସ୍ୟ ଭାବେ ଚୟନ କରାଯାଇଛି।
ଏହି କାର୍ଯ୍ୟକ୍ରମର ପରିଚାଳନା ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ କରିଥିଲେ। ରେଡ଼ିଓର ନିର୍ଦ୍ଦେଶକ ଡାକ୍ତର ବିଶ୍ୱଜିତ, ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ସାରନ ପ୍ରିୟଦର୍ଶିନୀ, ସନାତନ ସାହୁ, ଲିପିକା ମହାପାତ୍ର ଏବଂ ଅରବିନ୍ଦ ମିଶ୍ର ପ୍ରମୁଖ ସଭା ସଞ୍ଚାଳନ କରିଥିଲେ। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଦସ୍ୟା ଅର୍ଚ୍ଚନା ପଟ୍ଟନାୟକ, ଛାତ୍ରାବାସର ସମ୍ପାଦକ ଇଂ ଧନେଶ୍ୱର ସାହୁ, ପରିଚାଳକ କୈଳାଶ ଚନ୍ଦ୍ର ସାହୁ ଏବଂ ନାରାୟଣ ମିଶ୍ର ପ୍ରମୁଖ ଏହି ସଭାରେ ସାମିଲ ହୋଇଥିଲେ। ଆସନ୍ତା ମାସରେ ରେଡ଼ିଓ ସର୍ବୋଦୟର ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି ସ୍ଥିର ହୋଇଛି। ଏହି ଉତ୍ସବକୁ ରାଜ୍ୟ ଓ ରାଷ୍ଟ୍ରୀୟ ସ୍ତରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ସମାଜସେବୀମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସାଂସଦ ଉନ୍ନୟନ ପାଣ୍ଠି ସହାୟତାରେ ରେଡ଼ିଓର ନୂତନ ଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବା ନେଇ ମଧ୍ୟ ସମ୍ମତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *