ଅନୁଗୋଳ :ଟିଟିପିଏସ ପ୍ଲାଣ୍ଟ ବନ୍ଦ କୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗୁଚି ।ଗତ କାଲି ଶାସକ ବିଜେଡି ପ୍ଲାଣ୍ଟ ପୁନଃ କାର୍ଯ୍ୟ କ୍ଷମ ପାଇଁ ଦାବି କରି 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଥିବା ବଳେ ବେଳେ ଆଜି SUCI କମ୍ୟୁନିଷ୍ଟ ମଧ୍ୟ ଅନୁଗୋଳ ଜିଲା ବନ୍ଦ ପାଇଁ ଡାକରା ଦେଇଛି। କମ୍ୟୁନିଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ପାଳନ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି କେନ୍ଦ୍ର ସରକାର ଙ୍କ ଅବହେଳା ପାଇଁ 62 ମସିହାର ପ୍ଲାଣ୍ଟ ବନ୍ଦ ହେଲା ବୋଲି ଅଭିଯୋଗ କରୁଥିବା ବେଳେ SCUI କିନ୍ତୁ ଉଭୟ ସରକାର ଙ୍କ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜି ଛି ବୋଲ ଅଭିଯୋଗ କରିଛି । ତେଣୁ ସେମାନଙ୍କ ଆନ୍ଦୋଳନ ର ଉଭୟ ସରକାର ଙ୍କ ବିରୁଦ୍ଧରେ ବୋଲ ସ୍ପଷ୍ଟ କରାଯାଇଛି।ସରକାର ଚାହିଁ ଥିଲେ ପ୍ଲାଣ୍ଟ ଚାଲି ପାରିଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି। ତାହା ନ କରି ପ୍ଲାଣ୍ଟ ବନ୍ଦ କରି ଏବେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ସରକାର ବାଧ୍ୟ କରୁଛନ୍ତି ।ତେଣୁ ତା ବିରୁଦ୍ଧରେ କାଲି ର ଅନୁଗୋଳ ବନ୍ଦ ବୋଲି ଦଳ ସ୍ପଷ୍ଟ କରିଛି।
Related Posts
ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁଗୋଳ ଗ୍ରସ୍ତ: ଦମ ଦେଖାଇଲା ଜିଲ୍ଲା କଂଗ୍ରେସ
ଅନୁଗୋଳ: ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁଗୋଳ ଗ୍ରସ୍ତ । ପୂର୍ବାହ୍ନରେ ହଜାର ହଜାର କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ…
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।ପ୍ରକାଶଯୋଗ୍ୟ…
ସ୍ଥାୟୀ ନିଯୁକ୍ତି ଦାବିରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ କର୍ମଚାରୀ ।
ଅନୁଗୋଳ : ରାଜ୍ୟ ସରକାର ଠିକା ନିଯୁକ୍ତି ଉଛେଦ କରିବା ପରେ ଏବେ ସ୍ଥାୟୀ ନିଯୁକ୍ତି ପାଇଁ ଆଶାୟୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି।ରାଜ୍ୟ ସରକାର ଙ୍କ…