ଟଙ୍କା ନିଅ ଟଙ୍କା ………….!!

ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା। ବିଡ଼ା ବିଡ଼ା ଟଙ୍କା ଧରି ଦୋକାନ ଦୋକାନ ବୁଲୁଥିବା ୪ ଯୁବକ ଲୋନ୍‌ କହି ୫ରୁ ୨୫ ହଜାର ବିନା ଗ୍ୟାରେଣ୍ଟିରେ ଧରାଇ ଦେଉଛନ୍ତି। ଏଭଳି କିଛି ଘଟଣା ନଜର କୁ ଆସିଛି ଅନୁଗୋଳ ସହର ରେ ।

 କେବଳ ଆଧାର କାର୍ଡ ଓ ଫୋନ ନମ୍ବର ଦେଇ  ଦେଲେ ଟଙ୍କା  ମିଳିଯିବ । କେହି ମାଗି ନ ଥିଲେ ମଧ୍ୟ କେଉଁ କାରଣରୁ ଏବଂ କିଏ ଏତେ ଟଙ୍କା ଆଣି ଏପରି ଯାଚିକରି ଲୋନ ଦେଉଛି ସେ ନେଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବାରୁ  ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ , ସୋମବାର ୪ ଜଣ ଅଜଣା ଯୁବକ ବିପୁଳ ପରିମାଣର ଟଙ୍କା ଧରି ଅନୁଗୋଳ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ବୁଲି ବୁଲି ଦୋକାନୀମାନଙ୍କୁ ଲୋନ ଯାଚିଥିଲେ। ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ଦିଆଯାଉଥିବା  କହୁଥିଲେ । କେବଳ ଆଧାର କାର୍ଡ ଓ ମୋଇବାଇଲ ନମ୍ବର ଦେଲେ ଟଙ୍କା ପ୍ରଦାନ କରାଯିବ ବୋଲି ବୁଝାଉଥିଲେ। ଦୋକାନୀମାନେ ଫେରସ୍ତ ସମ୍ପର୍କରେ ପଚାରିବାରୁ ଯୁବକମାନେ ସେମାନଙ୍କ ହେଡ୍‌ ଅଫିସ ସମ୍ବଲପୁରରେ ଓ ପ୍ରତ୍ୟକ ସନ୍ଧ୍ୟାରେ ଶହେରୁ ୫ଶହ ପର୍ଯ୍ୟନ୍ତ ଟଙ୍କା କଲେକ୍ସନ୍‌ କରାଯିବ ବୋଲି କହି ଶ୍ରୀ ବିଜୟ ଦୁର୍ଗା ପ୍ରିଣ୍ଟ ହୋଇଥିବା ଏକ ବହି ଧରାଇଦେଇଥିଲେ। ସେମାନଙ୍କ ପକ୍ଷରୁ ପିଲା ଆସି ଦୈନିକ ଟଙ୍କା ନେବା ସହ ବହିରେ ଦସ୍ତଖତ କରିଯିବେ ବୋଲି ଯୁବକମାନେ କହିଥିଲେ। କେତେଜଣ ବ୍ୟବସାୟୀ ଟଙ୍କା ରଖିଥିବାବେଳେ ଆଉ କେତେଜଣ ସନ୍ଦେହ କରି ଫେରାଇ ଦେଇଥିବା ଜଣାପଡିଛି । ତେବେ ଏନେଇ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *