କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ,ସ୍ଥିତି ପରଖିଲେ ବିଧାନସଭା ଷ୍ଟାଡିଙ୍ଗ କମିଟି ।

ଓଡିଶା ବିଧାନସଭା ର ଷ୍ଟାଣ୍ଡିଂ କମିଟି ନଂ 4 ଅନୁଗୋଳ ଜିଲା ଗ୍ରସ୍ତ ରେ ଆସି ଜିଲାର ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ତାର ତଦାରଖ କରିଛନ୍ତି। ବିଶେଷ କରି କୋଭିଡ ପରେ ଯେଉଁ ସବୁ ସ୍କୁଲ ଓ +2 କଲେଜ ଖୋଲା ଯାଇଛି ସେଠାରେ କିଭଳି  ଶତପ୍ରତିଶତ ଉପସ୍ଥାପନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ କମିଟି ଜିଲାପାଳ ଓ ଶିକ୍ଷା ବିଭଗ କୁ ପରାମର୍ଶ ଦେଇଛି। ବିଧାୟକ ଭୂପିନ୍ଧର ସିଂ ଙ୍କ ଅଧକ୍ଷତାରେ ଆସିଥିବା ଏହି କମିଟି ଜିଲା ର ପ୍ରଦକ୍ଷଣ ଗୃହରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଯେଉଁ ସବୁ ସ୍କୁଲ କୁ ମିଶ୍ରଣ କରାଯାଇଛି ସେଥିପାଇଁ ଜିଲାପାଳ ଓ ସ୍ଥାନୀୟ ବିଧାୟକ ମାନଙ୍କ ପରାମର୍ଶ ଆଧାର ରେ ମିଶ୍ରଣ କରିବାକୁ କମିଟି ସଦସ୍ୟ ମାନେ ଜିଲା ଶିକ୍ଷା ବିଭାଗ କୁ ପରାମର୍ଶ ଦେଇଥିଲେ।

ସେହିପରି ବିଦ୍ୟାଳୟ ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସୁଧାରିବାକୁ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ କମିଟି ସୁପାରିଶ କରିଥିଲା। ଏହି କମିଟି ରେ ବିଧାୟକ ମୁକେଶ ପାଲ , ଶଙ୍କର ଓରାମ , ଓ ସୀମାରଣୀ ନାୟକ ପ୍ରମୁଖ ସଦସ୍ୟ ମାନେ ସାମିଲ ଥୁଲେ ।ଏହା ଛଡା ହୋଇଥିବା ସମୀକ୍ଷା ବୈଠକରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ଯୋଗ ଦେଇଥିବା ବେଳେ ଜିଲାପାଳ ସିଦ୍ଧାର୍ଥ ସଙ୍କର ସ୍ବାଇଁ, ଏସ ପି ଜଗମୋହନ ମିନା  ଓ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ। ଜିଲ୍ଲାରେ ଥିବା ଶିକ୍ଷା ଅନୁଷ୍ଠାନ ଗୁଡିକ ନାଁ ରେ କିଭଳି  ସେମାଙ୍କ ଜମି ର ରେକଡ କରାଯାଇ ପାରିବ ସେଥିପ୍ରତି ଦୃଷ୍ଠି ଦେବାକୁ କମିଟି ଜିଲା ଶିକ୍ଷା ବିଭାଗ କୁ ନିର୍ଦେଶ ଦେଇଛି ।  

Leave a Reply

Your email address will not be published. Required fields are marked *