|| କରୋନାର ଦ୍ବିତୀୟ ଲହର ||
କରୋନା ଭତାଣୁ ମାଡ଼ି ଆସୁଅଛି
ଭୟଙ୍କର ରୂପେ ଦେଖ
ବାଛି ନେବ କଞ୍ଚା ରଖିବ ପାଚଲା
ଦେବଟି ଦାରୁଣ ଦୁଃଖ ।।
ଭୂତାଣୁର ବେଶି ସଂଙ୍କ୍ରମଣ ବଢେ
ଲାଗୁଛି ସଭିଙ୍କୁ ଭୟ
ସତର୍କ ନହେଲେ କେବେହେଲେ ହେବ
ନାହିଁ ଭୂତାଣୁର କ୍ଷୟ ।।
ଜୀବନ ଜୀବିକା ମଧ୍ୟରେ ମନୁଷ୍ୟ
ମନ ହୁଏ ହନ୍ତ ସନ୍ତ
ଅମାନିଆଁ ହେଲେ ମାନବ ସମାଜ
ହୋଇ ଯିବ ଦିନେ ଅନ୍ତ ।।
ଥଣ୍ଡା କାସ ହୋଇ ସାଧାରଣ ଭାବେ
ତଣ୍ଟି ରେ ରହୁଛଛ ଭିଡ଼ି
ସଂଙ୍କ୍ରମିତ ରୋଗୀ ଦୁଇ ଦିନ ମଧେ
କଷ୍ଟ ଶ୍ବାସ କ୍ରୀୟା ବସେ ମାଡ଼ି।।
ଭୂତାଣୁ ର ସଂଙ୍କ୍ରମଣ ଦ୍ବାର ହେଲ
ଆଖି ନାକ ହାତ ପାଟି
ପରଷ୍କାର ଭାବେ ହାତ ମୂହଁ ଧୋଇ
ମାସ୍କ ମୁହେଁ ପିନ୍ଦି ବଟି ।।
ପ୍ରତିରୋଧ ଏବେ ଏକହିଁ ଉପାୟ
ମାନିବ ପୂର୍ବ ନିୟମ
ଅବହେଳା ଫଳେ କରୋନାକୁ ହେବ
ନିମନ୍ତ୍ରଣ ଏ ନିଶ୍ଚୟ ।।
ସ୍ବାସ୍ଥ୍ୟ ହିଁ ସମ୍ପଦ ଏଇ କଥା ମନେ ରଖ ପରିଷ୍କାର ହୁଅ
ଦୁଇ ଗଜ ଏଇ ଦୁରତାର ରକ୍ଷା
କରିବା ସପଥ ନିଅ ।।
କରୋନା ଭୂତାଣୁ ବଢାଇ ଚାଲିଛି
ନଶ୍ଚିନ୍ତରେ ତାର ବଂଶ
ଆମରି ହାତରେ ଆମର ଜୀବନ
ଅସାବଧାନରୁ ନାଶ ।।
ଅଚିହ୍ନା ଲୋକଠୁ ଦୁରେଇ ରହିବ
ହେଲେ ଜ୍ବର ଥଣ୍ଡା କାଶ
ସ୍ବାବ୍ ପରୀକ୍ଷା କର ନେଗେଟିଭ
ହେଲେ ଘରକୁ ଆସ ।।
ନଚେତ୍ କ୍ବାରଣ୍ଟାଇଜ ୧୫ ଦିନ ପରେ
ଜ୍ବର ଭଲ ହେଲେ ନିଜ ଘର କୁ ଆସ
ବଡ଼ ସଙ୍ଗେ ଏବେ ଛୋଟ ସଂଙ୍କ୍ରମିତ
ବଢୁଛି କରୋନା ବେଗ
ଦ୍ବିତୀୟ ଲହର ବଡ଼ ଭୟଙ୍କର
କରୋନା ଭୂତାଣୁ ରୋଗ ।।
ମୃତ୍ୟୁ ର ତାଣ୍ଡବଲୀଳା ଏ କରୋନା
ହୁଅ ସବୁ ସଙ୍ଗ ରୋଧ
ଚାରି ଆଡ଼ ହେବ ଶ୍ମଶାନ ସମାନ
ଅକାଳରେ କାଳ ବାଧ୍ୟ ।।
ଜୀବନ ବଞ୍ଚିଲେ ଜୀବିକା ମିଳିବ
ଜୀବନ ତ ମୂଲ୍ୟ ବାନ
ଅଚିହ୍ନା ଲୋକଠୁ ଦୁରରରେ ରହିବ
ଏଇ କଥା ଗୋଟି ମାନ ।।
ନିଜେ ଏହା ବୁଝି ଅନ୍ୟକୁ ବୁଝାଅ
ନିଅ ସବୁ ଭେକସିନ୍
ସାହାଯ୍ୟ କରିଲେ ଗରୀବକୁ ଖୁସି
ହେବେ ନିଜେ ଭଗବାନ ।।
ପଦ୍ମାବତୀ ବତୀ ମିଶ୍ର
ଅନୁଗୁଳ ହୁଲୁରିସିଂଙ୍ଗା
