ଅନୁଗୋଳ: ଅନୁଗୋଳ ସହରର ଅମଲାପଡା ଦୁର୍ଗାପୁଜା କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ବୈଠକ କୁ ପ୍ରଶାଶନ ବନ୍ଦ କରିଛି । କୋରନା ସମୟରେ କୌଣସି ଜଣ ଗହଳି ହେବ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶନାମା ଥିବା ଯୋଗୁଁ ଏହି ବୈଠକ କୁ ବନ୍ଦ କରି ଦଯାଇଛି । ପୂଜା କମିଟି ପଡିଆ ରେ ଏକ ଟେଣ୍ଟ ହାଉସ କୁ ଟେଣ୍ଟ ପାଇଁ ଅନୁମତି ଦିଆଯାଇଥିବା ଓ ପରେ ଦେଖା ଦେଇଥିବା ଅସନ୍ତୋଷ ଯୋଗୁଁ ଏହି ବୈଠକ ବସିବାର ଥିଲା ।
ସୂଚନା ଅନୁଯାଇ ପୂଜା କମିଟି ପଡିଆ ରେ ଏକ ଟେଣ୍ଟ ହାଉସକୁ ଅସ୍ଥାୟୀ ମଣ୍ଡପ କରିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଉକ୍ତ ଟେଣ୍ଟ ମାଲିକ ଏବେ ସେହି ସ୍ଥାନରେ ସ୍ଥାୟୀ ଟେଣ୍ଟ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ପୂଜା କମିଟି କର୍ମକର୍ତ୍ତା ମାନେ ବିରୋଧ କରିଛନ୍ତି । ପୂର୍ବରୁ କମିଟି ର କିଛି କର୍ମକର୍ତ୍ତା ଏଠାରେ ଟେଣ୍ଟ କରିବାକୁ ଅନୁମତି ଦେଇଥିବା ବେଳେ ଏବେ ଅନ୍ୟ କିଛି ସଦଶ୍ୟ ଏହାକୁ ବିରୋଧ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି । ଯାହାର ସମାଧାନ ପାଇଁ ବୈଠକ ବସିବାର ଥିବା ବେଳେ ପ୍ରଶାଶନ ବୈଠକ ବନ୍ଦ କରିଛି ।