ଭାଉଜ କୁ ହତ୍ୟା ପରେ ଦିଅରର ଆତ୍ମସମର୍ପଣ!

ଭାଉଜ କୁ ଶିଳପୁଆ ରେ ଛେଚି ହତ୍ୟା କଲା ଦିଅର। ହତ୍ୟା ପରେ ଅଭିଯୁକ୍ତ ଦିଅର ର ଥାନାରେ ଆତ୍ମସମର୍ପଣ। ମୃତ ଭାଉଜ ଥିଲା ପାଞ୍ଚ ମାସର ଗର୍ଭବତୀ । ଏଭଳି ଏକ ନୃଶଂସ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ଟାଉନ ଥାନା ସୁସୁଡା ଗାଁ ରେ। ସୂଚନା ଅନୁସାରେ ସୁସୁଡା ଗାଁ ର ଟିକନ ଭୋଇର ସାନ ପୁଅ ସୁବାସ ଭୋଇ ତାର ବଡ଼ ପୁଅ ନୀଳ ଭୋଇର ସ୍ତ୍ରୀ ସଂଗୀତା ଭୋଇ କୁ ଶୀଳ ପୁଆରେ ଛେଚି ହତ୍ୟା କରିଛି। ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ଅଭିଯୁକ୍ତ ସୁବାସ ଥାନାରେ ଆତ୍ମସମର୍ପଣ କରିଛି।

Advertisement

ସନ୍ଧ୍ୟା ସମୟରେ ଘରେ ପରିବାର ଅନ୍ୟ କୌଣସି ସଦସ୍ୟ ଘରେ ନଥିବା ବେଳେ ସୁବାସ ଏଭଳି କାଣ୍ଡ ଭିଆଥିବା ଜଣାପଡ଼ିଛି।ଖବର ପାଇ ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରୁଛି। ତେବେ ରାତି ହୋଇ ସାରି ଥିବାରୁ ଆସନ୍ତା କାଲି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣା ଅଧିକ ଅନୁଧ୍ୟାନ କରିବା ସହ ଶବ ର ମଞ୍ଚନାମ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *