ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ଆଜି ପରଲୋକ ହୋଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ଅଜିତ ମଙ୍ଗରାଜ ସ୍ଥାନୀୟ ଅଂଚଳରେ ଜଣେ ଭଲ ନେତା ନେତା ଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ‌ ସେ ବିଜେଡି ନେତା ସ୍ବର୍ଗତଃ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ିଥିଲେ। ଅଜିତ ମଙ୍ଗରାଜଙ୍କୁ ମୋଟ୍‌ ୯୮୦୦ ଖଣ୍ଡ ଭୋଟ ମିଳିଥିଲା। ଲୋକଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ସେଥିପାଇଁ ତାଙ୍କ ଉପରେ କଂଗ୍ରେସ ଭରସା ରଖି ଏଥର ଟିକେଟ ଦେଇଥିଲା

Leave a Reply

Your email address will not be published. Required fields are marked *