ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମାନେଜର ଶୀକାନ୍ତ ସିଂହ ଆଜି ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରି ଉଭୟ ରେଳବାଇ ଓ ଜେଏସ୍ପିଏଲ୍ ମଧ୍ୟରେ ଥିବା ସମନ୍ୱୟ ଆହୁରି ବୃଦ୍ଧି କାରିବା ପାଇଁ ଗୁରୁତ୍ୱାରୋପକରିଥିଲେ । ଜେଏସ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍. ଶର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ସିଂହ ଇସ୍ପାତ କାରଖାନା ପରିସର ବୁଲିବା ସହିତ, ଉଭୟ ରେଳବାଇ ଓ ଜେଏସ୍ପିଏଲ୍ମଧ୍ୟରେ ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଥିଲେ । ଜେଏସ୍ପିଏଲ୍ ଇସ୍ପାତ କାରଖାନାର ଆଗାମୀ ଦିନରେ ତାର କ୍ଷମତା ସଂପ୍ରସାରଣଯୋଜନା ରହିଛି , ଏହି ଯୋଜନା ସହିତ ପୂର୍ବତଟ ରେଳର ସମନ୍ୱୟ କରିବା, ଯାହାଦ୍ୱାରା ଜେଏସ୍ପିଏଲ୍ର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ରେଳବାଇ ସହଯୋଗ କରିପାରିବ । ରେଳବାଇ ଏବଂ ଶିଳ୍ପ କର୍ତ୍ତୃପକ୍ଷ ଦୀର୍ଘକାଳିନ ଯୋଜନା ଏବଂ ମିଳିତ ଭାବରେ କାର୍ଯ୍ୟ କରିବାଉପରେ ସିଂହ ଗୁରୁତ୍ୱ ପ୍ରଦାନ କାରିଥିଲେ । ଏହି ପରୀପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଥିଲେ ଯେ”ଆମର ଲକ୍ଷ ହେଉଛି ଏକ ସମୟରେ କାରଖାନା ପରିସର ଭିତରେ ଏବଂ ରେଳ ଟ୍ରାକ୍ରେ କାର୍ଯ୍ୟ କରିମାଲ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା, ଯାହା ଫଳରେ ଜେଏସ୍ପିଏଲ୍ର କଞ୍ଚାମାଲ ଓ ଉତ୍ପାଦପରିବହନରେ କୌଣସି ସମସ୍ୟା ରହିବ ନାହିଁ \’\’ ।ଆଜିର ଆଲୋଚନା ଅନୁଯାୟୀ, ଉଭୟ ଜେଏସ୍ପିଏଲ୍ ଏବଂ ପୂର୍ବତଟ ରେଳର ପ୍ରତିନିଧିମାନେ ପାରସ୍ପରିକବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ମାଲ ପରିବହନ ଆବଶ୍ୟକତା ଏବଂ ଉତ୍ତମ ସମନ୍ୱୟ ସଂପର୍କରେ ପ୍ରତିମାସରେବୈକଳ୍ପିକ ଭାବରେ ଅନୁଗୁଳ ଓ ଖୋର୍ଦ୍ଧାରେ ବୈଠକ କରି ଆଲୋଚନା କରିବେ । ଏହା ସହିତଜେଏସ୍ପିଏଲ୍ର ରେକ ପରିବହନ ପାଇଁ ହେଉଥିବା ବିଦ୍ୟୁତ ଆବଶ୍ୟକତା ଓ ବିଦ୍ୟୁତ ଭିତ୍ତିଭୂମରେ ବିକାଶବିଷୟରେ ଶ୍ରୀ ସିଂହ ଆଲୋଚନା କରିଥିଲେ ।

ଏହି ପରିଦର୍ଶନ ପାଇଁ ଶ୍ରୀ ସିଂହ ଏବଂ ତାଙ୍କ ଟିମ୍କୁ ଜେଏସ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍.ଶର୍ମା ଧନ୍ୟବାଦ ଦେଇ କହିଥିଲେ ଯେ, \”\”ଜେଏସ୍ପିଏଲ୍ ଅନୁଗୁଳ କାରଖାନା, ତାହାର ଅଭିବୃଦ୍ଧିଯୋଜନା ହାସଲ କରିବା ସହିତ ଆତ୍ମନିର୍ଭର ଭାରତରେ ଯୋଗଦାନ କରିବା ପାଇଁ ପୂର୍ବତଟ ରେଳରସହଯୋଗ ନିତ୍ୟାନ୍ତ ଆବଶ୍ୟକ\’\’ ।ଏହି ପରିଦର୍ଶନରେ ପୂର୍ବତଟ ରେଳର ଇଂଜିନିୟରିଂ ବିଭାଗ, ଅପରେସନ ବିଭାଗ, କମର୍ସିଆଲ୍ ସମେତ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।