ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ହାତରେ ଧରାପଡିଛନ୍ତି ଉପ ଜିଲାପାଳ ଅଫିସ ର କିରାଣୀ । ଦୁଇ ହାଜର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୋଳ ଜିଲା ପାଲଲହାଡ ଉପଜିଲ୍ଲାପାଳ ଅଫିସ ର କିରାଣୀ ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ଅନୁଗୋଳ ଜିଲା ଭିଜିଲାନ୍ସ ପକ୍ଷରୁ କିରାଣୀ ସାଧୁ ଚତାମ୍ବ ଙ୍କୁ ଗିରଫ କରାଯାଇଛି।
ଏହା ସହ ସେ ନେଇଥିବା ଦୁଇ ହଜାର ଟଙ୍କା ମଧ୍ୟ ଜବଦ କରାଯାଇଛି। ସାଧୁ ଚତାମ୍ଭ ଘାସିରାମ ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ଜମି ବିକ୍ରି ପାଇଁ ଅନୁମତି କରାଇ ଦେବାକୁ ଲାଞ୍ଚ ନେଉଥିଲେ। ଆଜି ତାଙ୍କୁ କୋଟ ଚାଲାଣ କରାଯିବ।