ପ୍ରଧାନ ମନ୍ତ୍ରୀଙ୍କ ଦେଶକୁ ସମ୍ବୋଧନ । କୋଭିଡ ମୁକାବିଲା ପାଇଁ ଉଦ୍ୟମ ଜାରି ।

ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଲାମ କରିଥିଲେ। କରୋନା କଟକଣା ଦେଶର ସ୍ଥିତି ସୁଧାରିବା ପାଇଁ କଡ଼ାକଡି କରାଯାଉଥିବା କହିବା ସହ ଅମ୍ଲଜାନ ଯୋଗାଣ ବିଷୟରେ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ଦେଶର ଅନେକ ସ୍ଥାନରେ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି। ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବାକୁ କେନ୍ଦ୍ର, ରାଜ୍ୟ ସରକାର, ବେସରକାରୀ କ୍ଷେତ୍ର ଚେଷ୍ଟା କରୁଛନ୍ତି। ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି।

ଏହା ସହ ସେ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦେଶରେ ଉତ୍ପାଦନ ଦେଉଥିବା ଔଷଧ ଏବଂ ଟିକା ବିଷୟରେ କହିଥିଲେ। ଶଯ୍ୟା ବୃଦ୍ଧି ଏବଂ କୋଭିଡ ହସ୍ପିଟାଲ ବୃଦ୍ଧି କରାଯାଉଥିବା ବିଷୟରେ ମଧ୍ୟ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି। କେତେକ ସହରରେ ବୃହତ  କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନା ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ।

ଟିକାକରଣ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇଟି ଭାରତରେ ନିର୍ମିତ ଟିକା ସହିତ ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କଲା। ଅଦ୍ୟାବଧି, ୧୨କୋଟିରୁ ଅଧିକ ଟିକା ଦିଆଯାଇଛି। ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *