ଡର ନାହିଁ ବନ୍ଧୁ ଡର ନାହିଁ

ଡର ନାହିଁ ବନ୍ଧୁ ଡରନାହିଁ
ଡର ନାହିଁ ବନ୍ଧୁ ଡରନାହିଁ
ମହାମାରୀ ବଡ ଘାତକ ସାଜିଛି
ସଚେତନ ରୁହ ଆଡ ହୋଇ ।।
ମୁଖେ ତୁଣ୍ଡି ଦେଇ ଘରେ ରୁହ
ସାବୁନ ଓ ସାନିଟାଇଜରେ ହାତ
ବାରମ୍ବାର ଯେ ଧୋଇ ଶିଖାଅ।।
ଭକ୍ତ ଜନେ ଘରେ ଆକୁଳେ ଡାକନ୍ତି
ରଖ ମହାବାହୁ ଏ ଜଗତ
ଦୃଢ ମନ ଭଜ ଦିବାନିଶି ମୁଖେ
ହରେ କୃଷ୍ଣ ନମୋ ଜଗନ୍ନାଥ ।।
ଗରମ ଗରମ ଖାଇବା ସହିତ
ଲୁଣ ପାଣି କରି କୁଳୁକୁଳି
ଟିକେ ଢିଲା ହେବନାହିଁ ଯେବେ ବନ୍ଧୁ
ଡରିବ କରୋନା ଯିବ ଚାଲି।।
ଜୟ ଜଗନ୍ନାଥ ଜୟ କୃଷ୍ଣଚନ୍ଦ୍ର
ଦିବାନିଶି ମୁଖେ ଭଜ ହରି
ଜାଗ୍ରତ ଯେ ହୁଅ ଦୁରତା ମେଣ୍ଟାଅ
ନିଶ୍ଚୟ କରୋନା ଯିବ ହାରି।।
ଓଡିଆ ପ୍ରାଣର ପୂଜାରୀ ସେହି ତ
ଜଗନ୍ନାଥ ମହାବାହୁ ନାମେ
ଡାକିବାକୁ ସଦା ବିନମ୍ର ପ୍ରାର୍ଥନା
ରଖିଛନ୍ତି ରଖିବେ ସୁମନେ।।

ଗୀତାମୟୀ ମହାପାତ୍ର,ଅନୁଗୋଳ

Leave a Reply

Your email address will not be published. Required fields are marked *