ମେ ୭ ତାରିଖରୁ ୧୬ଟି ‌ଟ୍ରେନ୍‌କୁ ବାତିଲ୍‌ କଲା ଭାରତୀୟ ରେଳବାଇ,

ଆଗାମୀ ୭ ତାରିଖଠାରୁ ପୂର୍ବ ରେଳବାଇ ୧୬ଟି ରେଳ ଚଳାଚଳ ବାତିଲ୍‌ କରିବା ନିଷ୍ପତ୍ତି ନେଇଛି। ଏକ ଟୁଇଟ୍ ଯୋଗେ ପୂର୍ବ ରେଳବାଇ ପକ୍ଷରୁ ଦଃଖ ପ୍ରକାଶ କରାଯିବା ସହ ଯାତ୍ରୀମାନଙ୍କୁ ସେହି ଅନୁସାରେ ନିଜର ଯାତ୍ରା ନିଷ୍ପତ୍ତି ନେବାକୁ କୁହାଯାଇଛି।

ଯେଉଁ ‌ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି, ସେଗୁଡ଼ିକ ହେଉଛି ୦୨୦୦୧୯ ହାୱଡ଼ା-ରାଞ୍ଚି, ୦୨୦୨୦ ରାଞ୍ଚି-ହାୱଡ଼ା, ୦୨୩୩୯ ହାୱଡ଼ା-ଧନବାଦ୍, ୦୨୩୪୦ ଧନବାଦ-ହାୱଡ଼ା, ୦୩୦୨୭ ହାୱଡ଼ା-ଆଜିମଗଞ୍ଜ, ୦୩୦୨୮ ଆଜିମଗଞ୍ଜ-ହାୱଡ଼ା, ୦୩୦୪୭ ହାୱଡ଼ା-ରାମପୁରହାଟ୍, ୦୩୦୪୮ ରାମପୁରହାଟ-ହାୱଡ଼ା, ୦୩୧୧୭ କୋଲକାତା-ଲାଲଗୋଲା, ୦୩୧୧୮ ଲାଲଗୋଲା-କୋଲକାତା,  ୦୩୧୮୭ ସିଲ୍‌ଦାହ- ରାମପୁରହାଟ୍‌, ୦୩୧୮୮ ରାମପୁରହାଟ-ସିଲ୍‌ଦାହ, ୦୩୪୦୧ ଭାଗଲପୁର-ଦାନପୁର, ୦୩୪୦୨ ଦାନପୁର-ଭାଗଲପୁର, ୦୩୦୨ ଆସାନସୋଲ୍-ହଲଦିଆ, ୦୩୫୦୧ ହଲଦିଆ-ଆସାନସୋଲ୍।

Leave a Reply

Your email address will not be published. Required fields are marked *