ଡାକ୍ତର ଙ୍କ ସେବାକୁ ସଲାମ : ପିପିଇ କିଟ ପିନ୍ଧି ୧୫ ଘଣ୍ଟା ଡ୍ୟୁଟି କାଲେ ଡାକ୍ତର।

ନୂଆଦିଲ୍ଲୀ: କରୋନା ର ଦ୍ୱିତୀୟ ଲହର ଦେଶକୁ ଦୋହଲାଇ ଦେଲାଣି । ଏହି ସଙ୍କଟ ସମୟରେ ଦେଶରେ ହସ୍ପିଟାଲ, ବେଡ଼, ଆମ୍ବୁଲାନ୍ସ, ଅକ୍ସିଜେନ, ଡାକ୍ତର, ଔଷଧ ଓ ଟିକାର ଅଭାବ ଦେଖାଦେଇଛି। ରୋଗୀମାନେ ଏହି ଅଭାବ ହେତୁ ପୋକମାଛି ପରି ପ୍ରାଣ ହରାଉଛନ୍ତି। ଏହି ସଙ୍କଟ ସମୟରେ ଡାକ୍ତରମାନେ ବି ବିଶ୍ରାମ ନନେଇ ରୋଗୀମାନଙ୍କୁ ସେବା ଯୋଗଇ ଚାଲିଛନ୍ତି। ନିଜର ତଥା ନିଜ ପରିବାର କଥା ପଛରେ ପକାଇ ଦେଇ କ୍ରମାଗତ ଡିୟୁଟି କରି ଚାଲିଛନ୍ତି। ।ଏହିଭଳି  ଜଣେ  ଡାକ୍ତର ଙ୍କ ନିରବଚ୍ଛିନ୍ନ ସେବା ର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Advertisement

ଜଣେ ଡାକ୍ତର ୧୫ ଘଣ୍ଟା ଡ୍ୟୁଟି କରିସାରିବା ପରେ ଯେତେବେଳେ ସେ ପିପିଇ କିଟକୁ ଓହ୍ଲାଇ ଦେଉଛନ୍ତି ତାଙ୍କର କିଭଳି ଅବସ୍ଥା ହୋଇଛି ତାହା ଦେଖିବାକୁ ମିଳୁଛି। ଡାକ୍ତର ଜଣକ ଝାଳରେ ପୂରାପୂରି ଗାଧେଇ ପଡ଼ିଛନ୍ତି।୨୮ ତାରିଖ, ଦିନ ଡାକ୍ତର ସୋହେଲ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଫଟୋ ସେୟାର କରି ଲେଖିଥିଲେ ଯେ, ‘ଦେଶ ପାଇଁ କିଛି କରୁଥିବାରୁ ମୁଁ ଗର୍ବିତ।’ଡାକ୍ତର ସୋହେଲ ଦୁଇଟି ଫଟୋକୁ କୋଲାଜ୍ କରି ସେୟାର କରିଛନ୍ତି। ଗୋଟିଏରେ ସେ ପିପିଇ କିଟ୍ ପିନ୍ଧିଛନ୍ତି ଓ ଅନ୍ୟଟିରେ ପିପିଇ କିଟ୍ ଓହ୍ଲେଇବା ପରେ ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଥିବା ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *