ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିନେଇ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରିଥିଲେ । ଏହି ବୈଠକର ପ୍ରଧାନମନ୍ତ୍ରୀଙ୍କୁ ଦେଶର ପ୍ରତ୍ୟେକ ରାଜ୍ୟର କରୋନା ସ୍ଥିତି ବାବଦରେ ଅବଗତ କରାଯାଇଛି । ରାଜ୍ୟ ମାନଙ୍କର ସ୍ଥିତି ଜାଣିବା ପରେ ପ୍ରଧାନମନ୍ତ୍ରୀ ଔଷଧ ଓ ଟିକାକୁ ନେଇ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ରାଜ୍ୟମାନଙ୍କରେ ଟିକାକରଣ ଗତି ଦ୍ରୁତ ହେବା ଦରକାର । ଏନେଇ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ ପହଂଚାଇବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ଏକ ଚିତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ମାନଙ୍କର ସ୍ଥିତି ଅବଗତ କରାଯାଇଥିଲା । ଏଥିରେ ୧୨ ଟି ରାଜ୍ୟର ସକ୍ରିୟ ଥିବା ଏକ ଲକ୍ଷ କୋଭିଡ ରୋଗୀଙ୍କ ବାବଦରେ ସୂଚନା ଦିଆଯାଇଥିଲା । ଏହାସହ ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ବାବଦରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଶଣ କରାଯାଇଛି । ଏସବୁ ଜାଣିବା ପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ସବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶକୀୟ ଭିତ୍ତିଭୂମି ବାବଦରେ ଏକ ମାର୍ଗଦର୍ଶିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଉ


