ବ୍ରହ୍ମପୁର ଜେଲରେ କରୋନା। ୪୬ କଏଦୀଙ୍କ ରିପୋର୍ଟ ଆସିଛି ପଜିଟିଭ୍। ଏନେଇ ନିଜେ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ। ଜେଲରେ ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ମୋଟ୍ ୯୪୪ ଜଣ କଏଦୀଙ୍କ ମଧ୍ୟରୁ ୮୦ କଏଦୀଙ୍କ ସମେତ ୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଏହା ମଧ୍ୟରୁ ୪୬ ପଜିଟିଭ୍ ଆସିଛି । ଏହି ସମସ୍ତ ପଜିଟିଭଙ୍କୁ ଜେଲ ଭିତରେ ଖୋଲାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ନୂଆ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଜେଲ ମଧ୍ୟରେ କରୋନା ଚିହ୍ନଟ ହେବା ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।
Related Posts
ଟଙ୍କା ନିଅ ଟଙ୍କା ………….!!
ବ୍ୟବସାୟୀଙ୍କୁ ଯଚାଯାଉଛି ଟଙ୍କା। ବିଡ଼ା ବିଡ଼ା ଟଙ୍କା ଧରି ଦୋକାନ ଦୋକାନ ବୁଲୁଥିବା ୪ ଯୁବକ ଲୋନ୍ କହି ୫ରୁ ୨୫ ହଜାର ବିନା ଗ୍ୟାରେଣ୍ଟିରେ ଧରାଇ…
ଉଦଯାପିତ ହେଲା ଫୁଟସଲ – ୨୦୨୩,ଜୋସ ଟିମ ଚମ୍ପିୟାନ
ଅନୁଗୋଳ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…
ଉପଖଣ୍ଡ କ୍ରିଡା ସଙ୍ଘରେ ପାତର ଅନ୍ତର ଅଭିଯୋଗ: ଉପ ଜିଲ୍ଲାପାଳଙ୍କୁ ଫେରାଦ ହେଲେ କ୍ରୀଡାବିତ
ଅନୁଗୋଳ: ଅନୁଗୋଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି ।…