ଅନୁଗୋଳ ରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ ହେଉଛି। ପ୍ରଥମେ ନକଲି ତେଲ ଫିଲିଂ କାରଖାନା ପରେ ନକଲି ମସଲା ଆଉ ଏବେ ପୁଣି ନକଲି ସୁଖିଲା ଖାଦ୍ୟ ପୁଡ଼ିଆ ତିଆରି ଏକ କାରଖାନା କୁ ଠାବ କରିଛି ପୋଲିସ ସ୍ପେଶାଲ ସ୍କୁଡ଼। । ଅନୁଗୋଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ ଅନୁଗୋଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ପୋଲିସ ରାତି ଅଧିଆ ଛଡାଉ କରିଥିଲା। ଚଢାଉ ବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ , ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରା ଯାଇଛି । ଏହା ସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇଛି । ପ୍ରାୟ ପାଞ୍ଚ ବର୍ଷ ହେଲା ଏହି କାରଖାନା ଏଠାରେ ଚାଲିବା ସହ ବିଭିନ୍ନ କମ୍ପାନୀର ନାମରେ ପ୍ୟାକେଟ ସିଲ କରି ବଜାରରେ ବିକ୍ରି କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୋଳ ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ସଦଳବଳ ଚଢ଼ାଉ କରିଥିଲେ । ତଦନ୍ତ ପରେ ଏହି କାରଖାନା ଚାଲିବାର ସମସ୍ତ କାଗଜପତ୍ର ଠିକ ଅଛି ନା ନାହିଁ ତାହା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି
Related Posts
ମୋଦୀଙ୍କ 3.0 ରେ ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ
ନୂଆଦିଲ୍ଲୀ : ଗତକାଲି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଗତକାଲି ତାଙ୍କ ସହ ଶପଥ ନେଇଥିବା ୩୦…
ଆକାଶପଥରେ ଯୋଡି ହେଲା ସ୍ବାଭିମାନ ଅଞ୍ଚଳ, ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।
ମାଲକାନଗିରି: ପୂରଣ ହେଲା ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ମାଲକାନଗିରି ଆକାଶରେ ଉଡ଼ିଲା ବିମାନ। ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
ବାହୁଡ଼ିଲେ ଚତୁର୍ଦ୍ଧା ମୁରତ୍ତି, ସିଂହଦ୍ୱାର ସାମ୍ନାରେ ଲାଗିଲା ତିନିରଥ
ପୁରୀ: ବାହୁଡ଼ିଲେ ଚତୁର୍ଦ୍ଧା ମୁରତ୍ତି । ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ପହଁଚିଗଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀକ୍ଷେତ୍ରରେ ପ୍ରବଳ ବର୍ଷା ସ୍ୱତେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରେ…