ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ। ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି। ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ଆଗାମୀ ପାଞ୍ଚ ଦିନ ଅର୍ଥାତ ୧୪ ତାରିଖ ଯାଏ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ର କିଛି ଅଞ୍ଚଳ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ ରହିବ। ଏହାର ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *