ବୁଲି ବୁଲି ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଅଭିନେତା ତଥା ମୋ କଲେଜ ଅଧକ୍ଷ ଆକାଶ ।

ଯାଜପୁର: ହ୍ନେହକୁ କୁ ଯେତେ ବାଣ୍ଟିବ ତାହା ଅଧିକ ବଢିବ କିନ୍ତୁ ସାରିବନାହିଁ । ଏକଥା କହିଛନ୍ତି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। ଅନେକ ସେଲିବ୍ରେଟି ମହାମାରୀ ସମୟରେ ଲୋକଙ୍କ ସେବାପାୟନ ଆଗକୁ ଓଲ୍ଲଇଥିବା ବେଳେ ଅଭିନେତା ଆକାଶ ମଧ୍ୟ ଏଥିରୁ ପଛରେ ନାହାନ୍ତି। ଲକଡାଉନ ଏବଂ ସଟଡାଉନ ସମୟରେ ଅସହାୟଙ୍କ ପେଟରେ ଦାନା ଓ ମୁହଁରେ ହସ ଫୁଟାଇବାଲାଗି ଚାଲିଥିବା ଲଢେ଼ଇ ଭିତରେ ପଛରେ ନାହାନ୍ତି ଅଭିନେତା ତଥା ରାଜ୍ୟ ସରକାରଙ୍କ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। କଟକ, ଭୁବନେଶ୍ୱର, ବାଲେଶ୍ଵର ଜିଲ୍ଲା ଏବଂ ନିଜ ଜନ୍ମମାଟି ଯାଜପୁର ଜିଲ୍ଲାରେ ଦୀର୍ଘଦିନ ଧରି ଆରମ୍ଭ କରିଛନ୍ତି ଶୁଖିଲାଖାଦ୍ୟ,ରନ୍ଧାଖାଦ୍ୟ ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ।

ଆକାଶଙ୍କୁ ସହଯୋଗର ହାତ ବଢାଇଛନ୍ତି ଅନେକ ସ୍ୱେଚ୍ଛାସେବୀ ସଂଗଠନ। ପ୍ରତିଦିନ ଆକାଶ ମଧ୍ୟାହ୍ନରେ କୋଭିଡ୍‌ ନିୟମ ଅନୁଯାୟୀ ନିଜର ସହକର୍ମୀ ଏବଂ ସ୍ଵେତ୍ସାସେବି ସଂଗଠନ ସହ ଯାଜପୁର ଜିଲ୍ଲାର ବିଭିନ୍ନ କୁଷ୍ଠାଶ୍ରମ, ବସ୍ତିରେ ରହୁଥିବା ଅସହାୟଙ୍କ ପାଖରେ ପହଞ୍ଚି ଯାଉଛନ୍ତି। କିଛି ସମୟ ସେମାନଙ୍କ ସହ ସୁଖଦୁଃଖ ହେବାସହ ସେମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରୁଛନ୍ତି। ଏଥିସହିତ କରୋନାର ଭୟାବହତା ସମ୍ପର୍କରେ ସେମାନଙ୍କୁ ବୁଝାଉଛନ୍ତି।

ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି, ତାଙ୍କୁ ନିଜେ ମାସ୍କ ପିନ୍ଧାଇ ଦେଉଛନ୍ତି। ଆଉ ଆକାଶଙ୍କ ଭଳି ଅଭିନେତାଙ୍କୁ ପାଖରେ ପାଇ ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ଖୁସି ହେଉଛନ୍ତି। ଆକାଶଙ୍କର ଏଭଳି ଘରକୁ ଘର ବୁଲିବୁଲି କୋଭିଡ଼ ସଚେତନ ସହ ଖାଦ୍ୟ ବଣ୍ଟନକୁ ସମସ୍ତେ ପ୍ରଶଂସା କରିଛନ୍ତି। ନିଜେ ସଚେତନ ରହିବା ସହ କୋଭିଡ଼ ନିୟମ ମାନି ଚଳିଲେ କୋଭିଡ଼କୁ ସହଜରେ ହରାଇହେବ ବୋଲି ସେ କହିବା ସହ ସରକାରଙ୍କ ସମସ୍ତ କୋଭିଡ଼ ନିୟମକୁ ସମସ୍ତେ ପାଳନ କରିବା ଉଚିତବୋଲି ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *