ଚିକିତ୍ସା ପାଇଁ ସ୍ବତନ୍ତ୍ର ବିମାନରେ ଆମେରିକା ଯିବେ ସୁପରଷ୍ଟାର ରଜନୀକାନ୍ତ ।

ସ୍ଵତନ୍ତ୍ର ବିମାନରେ ଆମେରିକା ଯିବେ ସୁପରଷ୍ଟାର ରଜନୀକାନ୍ତ । ମେଡିକାଲ ଯାଞ୍ଚ ପାଇଁ ଆମେରିକା ଯିବେ ରଜନୀକାନ୍ତ । କରୋନା ମହାମାରୀ ହେତୁ ସେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିଲେ। କେନ୍ଦ୍ର ତାଙ୍କୁ ଯିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ସେ ଖୁବଶୀଘ୍ର ଏକ ସ୍ବତନ୍ତ୍ର ବିମାନ ଯୋଗେ ଆମେରିକା ଯିବେ। କୁହାଯାଉଛି ଯେ ଏହି ସ୍ବତନ୍ତ୍ର ବିମାନରେ ୧୪ ଜଣ ଯିବାର କ୍ଷମତା ଅଛି। ଏଥିରେ ରଜନୀକାନ୍ତ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ଇଛା କରିଛନ୍ତି । ରଜନୀକାନ୍ତଙ୍କ ଜ୍ବାଇଁ ତଥା ଅଭିନେତା ଧନୁଷ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଆମେରିକାରେ ଅଛନ୍ତି। ସେଠାରେ ସେ ତାଙ୍କ ହଲିଉଡ ଫିଲ୍ମର ଶୁଟିଂ କରୁଛନ୍ତି। ମେଡିକାଲ ଯାଞ୍ଚ ସମୟରେ ସେ ତାଙ୍କ ଶ୍ୱଶୁରଙ୍କ ସହ ରହିବେ ବୋଲି କୁହାଯାଉଛି।

Advertisement

ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ‘ଆନ୍ନାଥେ’ରେ ଗ୍ରାମ ସଭାପତି ଭୂମିକାରେ ଅଭିନୟ କରିଛନ୍ତି, ଯାହାର ଶୁଟିଂ ଶେଷ ହୋଇଛି।

Leave a Reply

Your email address will not be published. Required fields are marked *