ଶିଶୁଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ: ପ୍ରଫେସର ଜୟନ୍ତ ପଣ୍ଡା..

ଭୁବନେଶ୍ୱର: କୋଭିଡ ପରେ ଲୋକଙ୍କ ଠାରେ ଅନେକ ଲକ୍ଷଣ ଦେଖାଯାଉଛି । ଦୀର୍ଘ ମିଆଦି କୋଭିଡ ସମସ୍ୟାରେ ଲୋକେ ପୀଡିତ ହେଉଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଯୋଗୁଁ ଲୋକେ ଅସୁବିଧା ଭୋଗୁଛନ୍ତି । କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟକ୍ରମରେ କଟକସ୍ଥିତ ଏସ୍‌ସିବି ମେଡିକାଲର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି । କିଛି ଲୋକ କୋଭିଡ ପରେ ଶ୍ୱାସନଳୀ ସମସ୍ୟା ଭୋଗୁଛନ୍ତି । ଚିଡ୍‌ଚିଡ଼ା, ଭୋକ ନହେବା, ଛାତି ଧଡ଼ଧଡ଼ ଭଳି ଲକ୍ଷଣ ଲକ୍ଷଣ ଦେଖାଯାଉଛି । ବୟସ୍କ, ମହିଳା, ଜଟିଳ ରୋଗୀରେ ପୀଡିତଙ୍କ ଠାରେ ଦେଖାଯାଉଛି ।

କୋଭିଡରୁ ଭଲ ହେବା ପରେ ପୁଣି ଲକ୍ଷଣ ପ୍ରକାଶ ପାଇବା ନେଇ ପ୍ରଫେସର ପଣ୍ଡା କହିଛନ୍ତି, ପ୍ରଥମ ସପ୍ତାହରେ ଭୂତାଣୁର ପ୍ରଭାବ ଦେହରେ ରହିଥାଏ । ଭୂତାଣୁ ଯଦି ଶକ୍ତିଶାଳୀ ଥାଏ, ତେବେ ଦ୍ୱିତୀୟ ଥର ହୋଇଥାଏ । ଶିଶୁମାନଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ ଦେଖାଯାଏ । ଜଣେ ଉପଯୁକ୍ତ ଚିକିତ୍ସାରେ ରହିଲେ, ଏଥିରୁ ମୁକ୍ତି ପାଇପାରିବେ । ମାତ୍ର ଦୀର୍ଘ ମିଆଦି କୋଭିଡ ରୋଗୀ ଅଧିକ ସଂକ୍ରାମକ ନୁହେଁ 

Leave a Reply

Your email address will not be published. Required fields are marked *