ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, ରୋଲ ନମ୍ବର ନେଇଥିବା ଦ୍ୱୋନ୍ଦ ଦୂରକଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ ।ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in ଯେଉଁମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ ସେମାନେ ମୋବାଇଲ ମେସେଜ ମାଧ୍ୟମରେ ମଧ୍ୟ ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ କୌଣସି ରୋଲ ନମ୍ବର ପାଇ ନ ଥିବାରୁ ରେଜଲ୍ଟ କେମିତି ଜାଣିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଯେଉଁମାନେ ଫର୍ମ ପୂରଣ କରିଥିଲେ ସେମାନଙ୍କର ରୋଲ ନମ୍ବର ସ୍କୁଲକୁ ପଠାସରିଛି । ମାର୍କ ଜାଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ ସବୁ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ ସୁଦ୍ଧା ସେମାନଙ୍କ ରୋଲ ନମ୍ବର ମିଳିଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *