ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସୂଚନା ।୧୦ ଜିଲ୍ଲାରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ।

ଭୁବନେଶ୍ବର: ରାଜ୍ୟରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି, ୧୦ଟି ଜିଲ୍ଲାରେ ଏହି କଲେଜ ଖୋଲିବାକୁ ଯୋଜନା କରିଛନ୍ତି ସରକାର। ପ୍ରତି କଲେଜରେ ୬୦ଟି ଲେଖାଏଁ ସିଟ ରହିବ। ମୟୁରଭଞ୍ଜ, ବଲାଙ୍ଗୀର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୋଳ , କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି କଲେଜ ଖୋଲିବାକୁ ପ୍ରସ୍ତାବ ରହିଛି।

ଏହା ବାଦ ତିନିଟି ମେଡିକାଲ କଲେଜରେ ଅଚଳ ହୋଇପଡ଼ିଥିବା ନର୍ସିଂ କଲେଜକୁ ମଧ୍ୟ ପୁନଃ ଚାଲୁ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଚଳିତବର୍ଷ ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ ଆରମ୍ଭ କରିବା ସହିତ ସାରା ରାଜ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ମେଡିକାଲ କଲେଜରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି 

Leave a Reply

Your email address will not be published. Required fields are marked *