ଅଧିକ କରୋନା ସଂକ୍ରମିତ ଜିଲ୍ଲାରେ ନିୟମ ହେବ କଡ଼ାକଡ଼ି,ଜୁଲାଇ ଗାଇଡଲାଇନ୍ସ ନେଇ ସରକାରଙ୍କ ସଂକେତ,

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣର ୨ୟ ଲହରରେ ସାମାନ୍ୟ ସୁଧାର ଆସିଛି । ଦିନକ ପରେ ରାଜ୍ୟରେ ଲାଗିଥିବା ଆଂଶିକ ଲକଡାଉନ ଅବଧି ଶେଷ ହେବ । ଏହାରି ମଧ୍ୟରେ ଆଂଶିକ ଲକଡାଉନ ଆହୁରି ଆଗକୁ ବଢ଼ିପାରେ ବୋଲି ସଂକେତ ମିଳିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଗୁଡ଼ିକରେ ନିୟମ ହେବ କଡ଼ାକଡ଼ି ।

ଏକ ଉଚ୍ଚସ୍ତରୀୟ କୋଭିଡ-୧୯ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁଠି ଟିଆରପି ୫ ପ୍ରତିଶତରୁ ଅଧିକ ରହିଛି, ସେହିଠରେ ଲୋକେ ଅଧିକ ସତର୍କ ରୁହନ୍ତୁ । ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।ସେହିପରି ଟିକାକରଣ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି । ୧୭ଟି ଜିଲ୍ଲାରେ ଆଂଶିକ ଲକ୍ଡାଉନରେ ପରେ ବି ମଧ୍ୟ ସଂକ୍ରମଣ ବଢ଼ିଛି । ଉପକୂଳ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ଅଧିକ ରହୁଛି । ତେଣୁ ଏସବୁ ଜିଲ୍ଲା ଗୁଡ଼ିକ ଉପରେ ସରକାରଙ୍କର ଅଧିକ ଫୋକସ ରହିଛି । ଜୁଲାଇ ୧୫ ତାରିଖ ବେଳକୁ ସ୍ଥିତିରେ ଉନ୍ନତି ଆସିପାରେ ବୋଲି ଆଶା କରୁଛନ୍ତି ।

Leave a Reply

Your email address will not be published. Required fields are marked *