ହରଭଙ୍ଗା: ଗତରାତିରେ ବୌଦ୍ଧ-ନୟାଗଡ଼ ଜିଲ୍ଲା ସୀମାନ୍ତବର୍ତ୍ତୀ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ପଡ଼ିଥିବା ରାଜପଥରେ କୌଣସି ଏକ ଗାଡ଼ି ଧକ୍କା ଦେବା କାରଣରୁ ଗୋଟାଏ କଲରାପତରିଆର ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁସାରେ ବୌଦ୍ଧ-ନୟାଗଡ଼ ଦୁଇ ଜିଲ୍ଲା ସୀମାନ୍ତରେ ଥିବା ବାଇଶିପଲ୍ଲୀ ଅଭୟାରଣ୍ୟ ର ଶାଳଭଙ୍ଗା ଜଙ୍ଗଲ ରୁ ରାତି ରେ ବାହାରି ଆସିଥିବା କଲରାପତରିଆଟି ଖୋର୍ଦ୍ଧା ଓ ବଲାଙ୍ଗୀର ଦେଇ ପଡ଼ିଥିବା ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କୌଣସି ଯାନ ତାକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ୫୭ ନମ୍ବର ଜାତୀୟ ରାଜପଥର କିଛି ଅଂଶ ଶାଳଭଙ୍ଗା ଅରଣ୍ୟ ଭିତର ଦେଇ ଯାଇଛି।ଗାଡ଼ି ଧକ୍କା ହେତୁ ଘଟଣାସ୍ଥଳରେ ହିଁ କଲରାପତରିଆର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି ।
Related Posts
ଆସୁଛି ବାତ୍ୟା ‘ତଉକତେ’ ।
ଆରବ ସାଗରରେ ସୃଷ୍ଟି ହେବାକୁ ଯ଼ାଉଛି ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଯ଼ଦି ଏହି ବାତ୍ୟା ସୃଷ୍ଟି ହୁଏ ତେବେ ତାହାର ନାମ ରଖାଯ଼ିବ ତଉକତେ…
ତାତିରେ କଲବଲ ସାରା ଓଡିଶା: ୪୦ ଡିଗ୍ରୀ ଟପିଲାରାଜ୍ୟରେ ତାତି ।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ -ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି | ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା…
ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ ”ବାର୍ତ୍ତା”
ଅନୁଗୋଳ :ସଚେତନ ନାଗରିକ, ଉନ୍ନତ ଅନୁଗୋଳର- ଆଭିମୁଖ୍ୟ ନେଇ ଜିଲ୍ଲା ପ୍ରଶାସନର ଅନନ୍ୟ ପ୍ରୟାସ ”ବାର୍ତ୍ତା” । ମହାଶିବରାତ୍ରି ଅବସରରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ,…