ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅଫଲାଇନରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍ରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍ । କୋଭିଡ୍ ନିୟମ ଅନୁସାରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ମୂଲ୍ୟୟାନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏହାପରେ ଅଫଲାଇନ ପରୀକ୍ଷା କରାଯିବା ନେଇ ଫର୍ମ ପୂରଣ ସହ ପରୀକ୍ଷା ନେଇ ଘୋଷଣା କରାଯାଇଛି। ଏହାସହ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ପରୀକ୍ଷା ଫି ଛାଡ କରିଛନ୍ତି।ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯିବ।ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।
Related Posts
ଜଳିଗଲା ଇକୋରିଟ୍ରିଟ ।
ସାତକୋଶିଆ ଇକୋରିଟ୍ରିଟରେ ନିଆଁ । ନିଆଁ ଲାଗି ଜଳିଯାଇଛି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି । ନିଆଁ ରୁ ଅଳ୍ପ କେ ବର୍ତ୍ତି ଯାଇଛନ୍ତି ଟ୍ରାନ୍ସପୋର୍ଟ କମିଶନର…
ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଖସିଲା ଚୂନ
ପୁରୀ: ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ଏକ ଚୂନ ଖଣ୍ଡ ଖସିପଡ଼ିଥିବା ଜଣାପଡ଼ିଛି । ଖସିପଡ଼ିଥିବା ଚୂନ ଖଣ୍ଡର ଓଜନ ପ୍ରାୟ ଦେଢ଼ କିଲୋର ହେବ ବୋଲି କୁହାଯାଉଛି…
ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ କଲା omc
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡ଼ିଶା ଖଣି…