୧୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ, ଆଜି ରାତିରେ ମିଳିବ ଦାୟିତ୍ୱ।

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମୋଟ ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି | ଆଜି ରାତିରେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି |ଆଜି କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ସମସ୍ତ ମନ୍ତ୍ରୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରହିବାକୁ କୁହାଯାଇଛି। ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି।

କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତ ନେତାମାନଙ୍କ ମଧ୍ୟରେ ଅଛନ୍ତି,
୧. ଅନୁରାଗ ସିଂହ ଠାକୁର
୨. ଅଶ୍ୱିନୀ ବୈଷ୍ଣବ
୩. କିରେନ ରିଜିଜୁ
୪. ଗଙ୍ଗାପୁରମ୍‌ କିଷନ ରେଡ୍ଡୀ
୫. ଜ୍ୟୋତିରାଦିତ୍ୟ ସିନ୍ଧିଆ
୬. ଡ. ବୀରେନ୍ଦ୍ର କୁମାର
୭. ନାରାୟଣ ରାଣେ
୮. ପଶୁପତି କୁମାର ପାରସ
୯. ପୁରୁଷୋତ୍ତମ ରୁପାଲା
୧୦. ଭୂପେନ୍ଦର ୟାଦବ
୧୧. ମନ୍‌ସୁଖ୍‌ ମାଣ୍ଡଭିୟା
୧୨. ରାଜକୁମାର ସିଂହ
୧୩. ରାମଚନ୍ଦ୍ର ପ୍ରସାଦ ସିଂହ
୧୪. ସର୍ବାନନ୍ଦ ସନୋୱାଲ
୧୫. ହରଦୀପ ସିଂହ ପୁରୀ

ଏହା ସହ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି
୧. ଅଜୟ କୁମାର
୨. ଅଜୟ ଭଟ୍ଟ
୩. ଅନୁପ୍ରିୟା ସିଂହ ପଟେଲ
୪. ଅନ୍ନପୂ୍ର୍ଣା ଦେବୀ
୫. ଇଂ. ବିଶ୍ୱେଶ୍ୱର ଟୁଡୁ
୬. ଏ. ନାରାୟଣସ୍ୱାମୀ
୭. କପିଲ ମୋରେଶ୍ୱର ପାଟିଲ
୮. କୌଶଲ କିଶୋର
୯. ଚୌହାନ ଦେବୁସିଂହ
୧୦. ଜନ୍‌ ବାର୍ଲା
୧୧. ଡ. ଭଗୱତ କିଶନରାଓ କରଡ
୧୨. ଡ. ଭାରତୀ ପ୍ରବୀଣ ପାୱାର
୧୩. ଡ. ମୁଂଜାପରା ମହେନ୍ଦ୍ରଭାଇ
୧୪. ଡ. ରାଜକୁମାର ରଂଜନ ସିଂହ
୧୫. ଡ. ଲୋକନାଥନ୍‌ ମୁରୁଗାନ୍‌
୧୬. ଡ. ସତ୍ୟପାଲ ସିଂହ ବଘେଲ
୧୭. ଡ. ସୁଭାଷ ସରକାର
୧୮. ଦର୍ଶନ ବିକ୍ରମ ଜାରଦୋସ
୧୯. ନିଶୀଥ ପ୍ରମାଣିକ
୨୦. ପଙ୍କଜ ଚୌଧୁରୀ
୨୧. ପ୍ରତିମା ଭୌମିକ୍‌
୨୨. ବି.ଏଲ୍‌. ବର୍ମା
୨୩. ଭଗୱନ୍ତ ଖୁବା
୨୪. ଭାନୁପ୍ରତାପ ସିଂହ ବର୍ମା
୨୫. ମୀନାକ୍ଷୀ ଲେଖି
୨୬. ରାଜୀବ ଚନ୍ଦ୍ରଶେଖର
୨୭. ଶାନ୍ତନୁ ଠାକୁର
୨୮ ଶୋଭା କରନ୍ଦଲାଜେ

Leave a Reply

Your email address will not be published. Required fields are marked *