ପୁରୀ: ଅଣସର ଘର ଗୁପ୍ତ ସେବା ପାଇଁ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରୁ ଫିଟିଲା ଅଣସର ତାଟି । ଆରମ୍ଭ ହେଲା ଶ୍ରୀବିଗ୍ରହଙ୍କ ନବଯୌବନ ଦର୍ଶନ । ଏହା ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ତେବେ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଏହି ଅଲୌକିକ ଦର୍ଶନ କରିପାରିଲେ ନାହିଁ ଶ୍ରଦ୍ଧାଳୁ । ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଲେ, ହେଲେ ଏହି ବେଶ ଦର୍ଶନ କରିବାରୁ ବଂଚିତ ହେଲେ ଶ୍ରଦ୍ଧାଳୁ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା ହୋଇଛି । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି । ତେଣୁ ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ କରି ପାରିଲେ ନାହିଁ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରୁ ପତିପାବନଙ୍କ ଦର୍ଶନ କରି ମନଦୁଃଖରେ ଫେରି ଯାଇଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୨୦ ବର୍ଷ ପରେ ଚଳିତ ବର୍ଷ ୩ ଦିନ ଧରି ନବଯୌବନ ବେଶ ଦର୍ଶନର ସଂଯୋଗ ପଡିଛି । । ସେପଟେ ରଥଯାତ୍ରା ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବାରୁ ରଥ ନିର୍ମାଣ ଖୁବ୍ ଜୋରସୋରରେ ଚାଲିଛି.
Related Posts
ସାମ୍ୟବାଦୀ ଦର୍ଶନର ରୂପକାର ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ .
ଅନୁଗୋଳ ; ଆଜି ହେଉଛି ସାମ୍ୟବାଦୀ ଦର୍ଶନର ରୂପକାର ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମ ଦିବସ । ଯାହାଙ୍କ ପାଇଁ ଅନୁଗୋଳ ମାଟି…
ନିର୍ଦୟ ଦିଅର!ଗର୍ଭବତୀ ଭାଉଜ କୁ ହାତୁଡିରେ ଛେଚି କଲା ହତ୍ୟା .
ଅନୁଗୋଳ : ଅନୁଗୋଳ ଟାଉନ ଥାନା ଅଧିନସ୍ଥ ଶୁଶୁଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ୮ମାସର ଗର୍ଭବତୀ ଭାଉଜକୁ ଲୁହା ହାତୁଡିରେ ଛେଚି ହତ୍ୟା କଲା ଦିଅର। ହତ୍ୟା…
ରାଜ୍ୟରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର।
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଧୀରେଧୀରେ ଅଧିକାଂଶ ଅଞ୍ଚଳରେ ପାରଦ ତଳମୁହାଁ ହେଉଥିବାରୁ ଜାଡ଼ ବଢ଼ୁଛି। ରାଜ୍ୟର ୧୦ ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ…