ନିଆଁ ର ‘ଆଁ ‘ କରିଦେଲା ଛାରଖାର

ଅନୁଗୋଳ ଜିଲା ବନ୍ତଳା ଥାନା ଖାଲଙ୍ଗାରେ ବୁଧବାର  ବିଳମ୍ବିତ  ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଗାଁ ର ପଞ୍ଚୁ ବିଶ୍ୱାଳ ୧୨ ବଖରା ଘର ସହିତ ୨୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହା ଛଡା ତାଙ୍କ ମହଜୁଦ ଥିବା ଧାନ, ଚାଉଳ, ହରଡ଼, ମୁଗ, ବିରି , ଟଙ୍କା, ସୁନା ଓ ଘରର ସମସ୍ତ ଆସବା ପତ୍ର ପୋଡି ପାଉଁଶ ହୋଇ ଯାଇଛି। ସେହିପରି ଈଶ୍ୱର ସାହୁଙ୍କର ଛଅ ବଖରା ଘର ସହିତ ୨୫ଟି ମେଣ୍ଢା, ଗୋଟିଏ ଗାଈ ଜୀବନ୍ତ ଦଗ୍ଧ   ହୋଇ   ଯାଇଛନ୍ତି । ଏହାସହ ତନକର ମଧ୍ୟ ଲକ୍ଷାଧିକ ତାଙ୍କର  ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

Advertisement

ଘର କିପରି ପୋଡିଲା ତାହାର କାରଣ ଜଣା ପଡିନାହିଁ। ତେବେ ଘର ପୋଡିବା ସମୟରେ ମଟର ସାଇକେଲରେ ନିଆଁ ଲାଗିବାରୁ ଟାଙ୍କି ଫାଟି ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଲିଭାଇବା କଷ୍ଟ ହୋଇ ପଡିଥିଲା। ଚାଷରୁ ଯାହା ରୋଜଗାର କରି ଗଛିତ ରଖାଯାଇଥିଲା ସେସବୁ ନିମିଷେ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ ନିଆଁରେ ସବୁକିଛି ଜାଳିପୋଡ଼ି ପାଉଁଶ ହୋଇ ଯାଇଛି। ଏହି   ଅଗ୍ନି କାଣ୍ଡରେ ପ୍ରାୟ ୩୦ ଲକ୍ଷରୁ ଉଦ୍ଧର୍‌ବ ତାଙ୍କର ସମ୍ପତି ପୋଡି ଯାଇଛି। ବିପନ୍ନ ମାନେ ଏବେ ଖୋଲା ଆକାଶରେ ରହିଛନ୍ତି।

Leave a Reply

Your email address will not be published. Required fields are marked *