ସଭାପତି ହେବା ପରେ ଭିନ୍ନ ଅନ୍ଦାଜରେ ନବଜୋତ ସିଂହ ସିଦ୍ଧୁ: ଆରମ୍ଭକଲେ ମିଶନ ଜିତେଗା ପଞ୍ଜାବ,

ନୂଆଦିଲ୍ଲୀ : ପଞ୍ଜାବର ନୂତନ ପିସିସି ସଭାପତି ଭାବେ ନବଜୋତ ସିଂହ ସିଦ୍ଧୁଙ୍କୁ ଦାୟିତ୍ବ ମିଳିବାପରେ ସୋମବାର ଦଳର ହାଇ କମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ମୋ ଉପରେ ବିଶ୍ୱାସ କରି ମୋତେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଞ୍ଜାବ ମିଶନ ପୂରଣ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସିଦ୍ଧୁ କହିଛନ୍ତି। ପଞ୍ଜାବ ମଡେଲ ଏବଂ ହାଇ କମାଣ୍ଡଙ୍କ ୧୮ ସୂତ୍ରୀ ଏଜେଣ୍ଡା ମାଧ୍ୟମରେ ଲୋକଙ୍କୁ ସେମାନଙ୍କ ପ୍ରକୃତ କ୍ଷମତା ପ୍ରଦାନ କରିବି। ‘ଜିତେଗା ପଞ୍ଜାବ’ର ମିଶନ ପୂରଣ କରିବା ପାଇଁ ମୁଁ ଜଣେ ପାର୍ଟି କର୍ମୀ ଭାବରେ କାର୍ଯ୍ୟ କରିବି। ମୋର ଯାତ୍ରା ବର୍ତ୍ତମାନ ଆରମ୍ଭ ହୋଇଛି। ଏହି ସମୟରେ ସେ ତାଙ୍କ ପିତାଙ୍କୁ ମନେପକାଇଥିଲେ। ଏହି ଅବସରରେ ସେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ତାଙ୍କ ବାପାଙ୍କ ଫଟୋ ମଧ୍ଯ ଶେୟାର କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *