ସଜଡା ହେବ କ୍ରିକେଟ ଭିତ୍ତିଭୂମି । ଅନୁଗୋଳ ସମେତ ୧୫ଟି ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ ।

କଟକ/ଅନୁଗୋଳ: କ୍ରିକେଟ ଖେଳାଳି ଙ୍କ ପାଇଁ ଖୁସି ଖବର। ରାଜ୍ୟର ୧୫ ଜିଲ୍ଲାରେ ହେବ କ୍ରିକେଟ ଏକାଡେମି । ଅନୁଗୋଳ, କଟକ, ଖୋର୍ଦ୍ଧା , ଭଦ୍ରକ , ବାଲେଶ୍ଵର , ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗିର ଓ  ଢେଙ୍କାନାଳ ଆଦି ଜିଲ୍ଲାରେ ଆଦି ହୋଇଛି କ୍ରିକେଟ ଏକାଡେମି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ।ଓଡିଶା କ୍ରିକେଟ ଆସୋସିଏସନ  ସହାୟତା ରେ ଅନୁଗୋଳ ଜିଲା କ୍ରିକେଟ ଆସୋସିଏସନ ର ସହଯୋଗରେ  ଚାଲିବା ଏହି କ୍ରିକେଟ ଏକାଡିମି । ଯାହାର କି ଆଜି ଶୁଭ ଦିଆଯାଇଛି । ଭର୍ଚ୍ୟୁୟାଲୀ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲାରେ କ୍ରିକେଟ ର ବିକାଶ ସହ  ପ୍ରତିଭାବାନ ଖେଳେଳି ଚୟନ ଓ ସେମାନଙ୍କୁ ପ୍ରଶିକ୍ଷଣ ଯୋଗାଇବା ଉଦେଶ୍ୟ ସ୍ଥାପନ ହେବାକୁ ଯାଉଛି ଏହି ଏକାଡିମି ।ଅନୁଗୋଳ ଜିଲାର ସମସ୍ତ ବ୍ଲକ ଓ ବିଭିନ୍ନ ଗ୍ରାମାଞ୍ଚଳରେ ଥୁବା ପ୍ରତିବା ସମ୍ପର୍ଣ୍ଣ କ୍ରିକେଟ ଖେଳାଳି ଙ୍କୁ ଚୟନ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷରେ କାର୍ଯ୍ୟକରିବ କ୍ରିକେଟ ଏକାଡେମୀ ।      

ସାରା ରାଜ୍ୟରେ ଆଜି 15 ଟି ଜିଲାରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ପଡିଥିବା ବେଳେ ସେଥି ମଧ୍ୟରୁ ଅନୁଗୋଳ ଅନ୍ୟତମ। ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ କ୍ରମରେ ଅନୁଗୋଳ ଜିଲ୍ଲାପାଳ , କ୍ରିକେଟ ଆସୋସିଏସନର ସଭାପତି  ଓ ଅନ୍ୟ ସଦ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *