ପୁରୀ : ଆଜି ମହାବାହୁଙ୍କ ଘୋଷଯାତ୍ରାର ଶେଷ ପର୍ଯ୍ୟାୟ । ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ରତ୍ନସିଂହାସନକୁ ଫେରିବେ ମହାବାହୁ । ଅପରାହ୍ନ ତିନିଟାରେ ପହଣ୍ଡି ହେବା ନେଇ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ । ମଦନମୋହନ, ରାମକୃଷ୍ଣ, ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀମନ୍ଦିର ବିଜେ କରିବା ପରେ ଗୋଟି ପହଣ୍ଡିରେ ଯିବେ ଜଗତ ଠାକୁର । ରସଗୋଲା ଦେଇ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ । ଭଉଣୀ ଓ ଭାଇଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିଲେ ଶ୍ରୀଜଗନ୍ନାଥ । ତେବେ ମହାପ୍ରଭୁଙ୍କ ଆସିବାରେ ବିଳମ୍ବ ହେବାରୁ ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ଅଭିମୂଖେ ଯାଇଥିଲେ । ପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ଭାଙ୍ଗି ଫେରିଥିଲେ ଠାକୁରାଣୀ । ତେଣୁ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭାଙ୍ଗିବାକୁ ଶ୍ରୀଜଗନ୍ନାଥ ରସଗୋଲା ସାଥିରେ ଆଣିଛନ୍ତି । ପତି-ପତ୍ନୀଙ୍କ ଏହି ମଧୂର ସମ୍ପର୍କକୁ ଶେଷ ଦିନରେ ପ୍ରତିପାଦନ କରିବେ ମହାପ୍ରଭୁ । ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ନୀଳାଦ୍ରିନାଥ ।
Related Posts
ଶିକାରୀ ଫାଶରେ ପଡିଲା ବାଘ, ୧୦ ଘଣ୍ଟା ପରେ ଉଦ୍ଧାରକଲା ବନ ବିଭାଗ
ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଶିକାରୀ ଫାସରେ ପଡିଥିବା ଏକ କଲରାପତାରିଆ ବାଘକୁ ଉଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି।…
ଏଣିକି ପୁରୁଣା ଗାଡ଼ିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ଆଉ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ବିନା କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ି ଏହି…
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ। ପୂରା ଓଡ଼ିଶା ଯେପରି ଏହି ମହାନ୍ କ୍ଷଣର ସାକ୍ଷୀ…