ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ : ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ । ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ପ୍ରଥମ ପ୍ରୟାସରେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ । ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି ।

ଅପରପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ କ୍ଳିନ୍ ଆଣ୍ଡ ଜର୍କ ବର୍ଗରେ ଚାନୁ ୧୧୦ କିଲୋ ଉଠାଇବାରେ ସଫଳ ହୋଇଛନ୍ତି । ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ ଜିତିବା ପରେ ତାଙ୍କୁ ସୁବେତ୍ସା ଜଣାଇ ଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave a Reply

Your email address will not be published. Required fields are marked *