ଅନୁଗୋଳ ରେ ଲଜ୍ୟା, କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମପରେ ହତ୍ୟା ଅଭଯୋଗ ।

ଅନୁଗୋଳ: ଅନୁଗୋଳ ରେ ଗାଁ ଦୁଷ୍କର୍ମ ଅଭିଯୋଗ । ନିଜ ଘରପାଖ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ହୋଇଥିବା  ଅଭିଯୋଗ ହୋଇଛି । ନାଳ ପକ୍ଷରୁ ଅଳ୍ପ କିଛି ଦୂରରେ ଥିବା ଏକ ବୁଦାମୂଳରୁ ମୃତଦେହ ଉଦ୍ଧାର ହୋଇଛି ।

ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଫୁଲପଡା ଅଞ୍ଚଳର ଗିରିଧିବାସିଆ ଗ୍ରାମରେ ଘଟିଛି ଘଟଣା । ଗାଁର ଜଣେ ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ଙ୍କୁ ଗାଁ ଦୁଷ୍କର୍ମପରେ ହତ୍ୟା ହୋଇଥିବା ମୃତ ଛାତ୍ରୀଙ୍କ ବାପା ଥାନା ରେ ଅଭିଯୋଗ କରିଛନ୍ତି । ମୃତଛାତ୍ରୀଙ୍କ ବାପା ଥାନା ରେ ଅଭିଯୋଗ କରିଛନ୍ତି ସବୁଦିନ ପରି ଆଜି ସକାଳେତାଙ୍କ ଝିଅ ନିଜ ଘର ପାଖ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଏକୁଟିଆ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ସାନ ଭଉଣୀ ନଫେରିବାରୁ ବଡ଼ ଭଉଣୀ ମୋନାଲିସା ଭୋଇ ନାଳ ନିକଟକୁ ଯାଇ ଖୋଜାଖୁଜି କରି ସାନ ଭଉଣୀକୁ ପାଇନଥିଲେ। ଘରକୁ ଫେରି ପରିବାର ଲୋକଙ୍କୁ ସାନ ଭଉଣୀକୁ ନାଳ ନିକଟରୁ ଖୋଜା ଖୋଜି କରି ନପାଇବା ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ପରିବାର ସମସ୍ତ ଲୋକ ନାଳ ନିକଟକୁ ଖୋଜିବାକୁ ଯାଇଥିଲେ। ବହୁ ସମୟ ଖୋଜା ଖୋଜି କରିବା ପରେ ନାଳର କିଛି ଦୂରରେ ଏକ ବୁଦା ମୂଳେ ଡାଳ ପତ୍ର ଘୋଡ଼ା ହୋଇଥିବା ଅବସ୍ଥାରେ ଛାତ୍ରୀଙ୍କ ମର ଶରୀର ପାଇଥିଲେ। ଦେହରେ କୌଣସି ବସ୍ତ୍ର ନଥିଲା ଓ ଯେଉଁ ଅବସ୍ଥାରେ ମଧୁସ୍ମିତାର ମୃତଦେହ ପାଇଥିଲେ ପରିବାର ଲୋକ ବୁଝି ଯାଇଥିଲେ ଯେ ମଧୁସ୍ମିତାକୁ ଦୁଷ୍କର୍ମ କରି ହତ୍ୟା କରି ଫିଙ୍ଗି ଦିଆଯାଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାତ୍ରୀଙ୍କ ବାପାଙ୍କର ଏତେଲାକୁ ଆଧାର କରି ମାମଲା ରୁଜ୍ଜୁ କରି ସେହି ଗ୍ରାମର ଜଣେ ଯୁବକକୁ ଅଟକ ରଖି ଥାନାରେ ପଚରା ଉଚରାଚଳାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳ ଅନୁଧ୍ୟାନ କରିଛି । ସନ୍ଧାନୀ କୁକୁର ଘଟଣାସ୍ଥଳରେ ଆସି ଅନୁଧ୍ୟାନ ପରେ ମୃତ ଦେହକୁ ବ୍ୟବତ୍ସେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି ।

ଘଟଣାପରେ ଗିରିଧିବାସିଆ ଗାଁ ଲୋକେ ଉତ୍ୟକ୍ତ ହୋଇ ପୁରୁଣା କଟକ ସମ୍ବଳ ପୁର ରାସ୍ତା ଅବରୋଧ କରିବାସହ ମୃତ ଛାତ୍ରୀଙ୍କ ପରିବାରକୁ ନାୟ ଓ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି ।

Leave a Reply

Your email address will not be published. Required fields are marked *