ଅନୁଗୋଳ, ବାଲେଶ୍ଵର ଓ ସମ୍ବଲପୁର ଆରମ୍ଭ ହେଲା MG କାର ‘ଶୋ’ ରୁମ ।

ଆଜି ଓଡ଼ିଶାର ତିନୋଟି ସହର ରେ ଖୋଲିଛି MG ମୋଟର ଇଣ୍ଡିଆ ର ‘ଶୋ’ ରୁମ । ଓଡ଼ିଆ ରେ MG ମୋଟର ତାର ବ୍ୟବସାୟ ସଫଳତା ସହ ଚଳାଇଆ ଥିବା ବେଳେ ଗ୍ରାହଙ୍କ ଚାହିଦା କୁ ଦୃଷ୍ଟି ରେ ରଖି ଅଧିକ ରୁ ଅଧିକ ରିଟେଲ କାଉଣ୍ଟର ଖୋଲି ଡୋର ଷ୍ଟେପ ରେ ସେବା ଦେବା ଆରମ୍ଭ କରୁଛି। ଯାହାକୁ ନଜରେ ରଖି ଓଡ଼ିଶାର ତିନୋଟି ସହର ବାଲେଶ୍ଵର, ସମ୍ବଲପୁର ଓ ଅନୁଗୋଳ ରେ ଏହି ସୋରୁମ ଖୋଲା ଯାଇଛି। ପୂର୍ବରୁ MG ମୋଟର ର ପାଞ୍ଚଟି ଟଚ ପଏଣ୍ଟ ଥିବା ବେଳେ ଏବେ ଏହା ଆଠ କୁ ବୃଦ୍ଧି କରାଯାଇଛି ।ସାରା ଭାରତ ବର୍ଷରେ 272 ଟଚ ପଏଣ୍ଟ ରହୁଥିବା ବେଳ ଚଳିତ ବର୍ଷ ଶେଷ ସୁଧା ଏହାର ସଂଖ୍ୟା 300 କୁ ବୃଦ୍ଧି କରାଯାଇଛି ସେଲ ଓ ସର୍ଭିସ କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କମ୍ପାନୀ ର ନିର୍ଦେଶକ ପଙ୍କଜ ପାର୍କର କହିଛନ୍ତି ।ସାମଲ ଗ୍ରୁପ ଅଫ କମ୍ପାନୀ ପକ୍ଷରୁ ଏହି ତିନୋଟି ସହର ରେ ସୋରୁମ ଖୋଲା ଯାଇଛି ।

Advertisement

ଅନୁଗୋଳରବଅଁରପାଳ ନୂଆହତା ନିକଟରେ ଖୋଲିଛି ଏହି ସୋରୁମ।  ଆଜିର ଉଦ୍ଘାଟନ ଉତ୍ସବରେ ସାମଲ ଗ୍ରୁପର ମୁଖ୍ୟ ଗଙ୍ଗାଧର ସାମଲ, ରମେଶ ଚନ୍ଦ୍ର ସାମଲ, ସୁଧୀର କୁମାର ସାମଲ ଯୋଗ ଦେଇଥିବା ବେଳେ ସୋ ରାମ ମୁଖ୍ୟ ଡାଃ ଅଭିନାଶ ସାମଲ ଗାଡି କିଣିଥିବା ଗ୍ରାହକଙ୍କୁ ଗାଡି ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ବଜାର ରେ 2021 MG ହେକ୍ଟର ପ୍ଲସ ଗାଡି ର ଲଞ୍ଚ କରାଯାଇଛି। ଉତ୍ସବରେ MG ଡିରେକ୍ଟର ଡିଲର ଡେଭଲମେଣ୍ଟ ପଙ୍କଜ ପାର୍କର, ଡାଃ କୁମାର ଗୌରଭ ଓ ଗ୍ରୁପ ର ଅନ୍ୟ ସଦଶ୍ୟ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *