ଟୋକିଓ ଅଲିମ୍ପିକ୍ସ: ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ.

ଟୋକିଓ ଅଲିମ୍ପିକ୍ସରେ ରବିବାରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ । ମହିଳା ବ୍ୟାଡ଼ମିଣ୍ଟନ ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି। ହେ ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ସେଟ୍‌ରେ ହରାଇ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି ପିଭି ସିନ୍ଧୁ। ଏଥିସହ ଅଲିମ୍ପିକ୍ସରେ ଭାରତକୁ ଦ୍ୱିତୀୟ ମେଡାଲ ଦେଇଛନ୍ତି ପିଭି ସିନ୍ଧୁ 

ସିନ୍ଧୁଙ୍କୁ ଏତେ ବଡ଼ ସଫଳତା ମିଳିବା ପରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, ପିଭି ସିନ୍ଧୁଙ୍କ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆମେ ସମସ୍ତେ ଆନନ୍ଦିତ | ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ବ୍ରୋଞ୍ଜ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ

 

Leave a Reply

Your email address will not be published. Required fields are marked *