ପୁରୀ: ଶ୍ରୀମନ୍ଦିର ଖୋଲିବ ନା ନାହିଁ ? ଯଦି ଖୋଲିବ, କ’ଣ ସବୁ କଟକଣା ରହିବ? ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଖୋଲିବା ଉପରେ ପୂର୍ବାହ୍ଣ ୧୧ଟାରେ ଏହି ଭର୍ଚୁଆଲ୍ ବୈଠକ ଡକାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ରାଜସ୍ବ ପ୍ରଶାସକଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର କୋଭିଡ୍ ପରିଚାଳନା ପାଇଁ ଗଠିତ ୭ଜଣିଆ ସେବାୟତ କମିଟିର ସମସ୍ତ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଦର୍ଶନକୁ ନେଇ ଚୂଡ଼ାନ୍ତ ଏସ୍ଓପି ପ୍ରକାଶ ପାଇବ। କୋଭିଡ୍ ସଂକ୍ରମଣ ପାଇଁ ଗତ ଏପ୍ରିଲ ମାସରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି
Related Posts
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।ପ୍ରକାଶଯୋଗ୍ୟ…
ସାତକୋଶିଆ ଅଭୟାରଣ୍ୟ ରେ ପକ୍ଷୀ ସର୍ବେକ୍ଷଣ ।
ଅନୁଗୋଳ : ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରେ ପକ୍ଷୀ ସର୍ବେକ୍ଷଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ କେବଳ ସାତକୋଶିଆରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।…
ଏଣିକି ପୁରୁଣା ଗାଡ଼ିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ଆଉ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ଫ୍ଲେଟ୍(ଏଚ୍ଏସ୍ଆର୍ପି) ବିନା କୌଣସି ଗାଡ଼ି ରାସ୍ତାରେ ଗଡ଼ିପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ି ଏହି…