ସଞ୍ଜୟଙ୍କ ଯୋଗୁଁ ଅଟକିଛି ‘କେଜିଏଫ୍-୨’

ସାଉଥ୍‌ ସୁପରଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ର ରିଲିଜ୍‌କୁ ଦର୍ଶକେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ଡେଟ୍‌ ଅନେକ ଥର ସାମ୍ନାକୁ ଆସିବା ପରେ ମଧ୍ୟ ଏହାର ନିର୍ମାତା କୌଣସି ନା କୌଣସି ବାହାନା ଦେଖାଇ ଏହାକୁ ରୋକି ଦେଇଛନ୍ତି। ଏବେ ଫିଲ୍ମ ନିର୍ମାତା ଏହାକୁ ରିଲିଜ୍‌ କରିବାକୁ ଚାହୁଁଥ଄ବାବେଳେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ସୁଟିଂ ସରିଯାଇଛି। ଫିଲ୍ମ ନିର୍ମାତା ଏହାର ପୋଷ୍ଟ ପ୍ରଡକ୍ସନ ଓ ଡବିଂ କାମରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସଞ୍ଜୟ ଏଯାବତ୍‌ ଡବିଂ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ଡବିଂ କାମ େଶଷ େହାଇପାରୁନାହିଁ କି ନିର୍ମାତା ଏହାର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିପାରୁ ନାହାନ୍ତି। ଫିଲ୍ମରେ ସଞ୍ଜୟ ମୁଖ୍ୟ ଖଳନାୟକ ଭାବେ ଦେଖାଯିବେ। ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମ ଏକ ବହୁଭାଷୀ ଫିଲ୍ମ ହେବ।

Advertisement

ଏଥ଄ରେ ସଞ୍ଜୟ ଅଧୀରା ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଥମ ପାର୍ଟରେ ଅଧୀରାକୁ ପରଦା ଉପରେ େଦଖାଯାଉଥ଄ଲେ ମଧ୍ୟ ତାଙ୍କ ଚେହେରାକୁ ଲୁଚାଇ ରଖାଯିବ। ଦ୍ବିତୀୟ ପାର୍ଟରେ ହିଁ ଅଧୀରାକୁ ଫୂର୍ଣ୍ଣ ଭାବରେ ଦର୍ଶକେ ଦେଖ଄ବାକୁ ପାଇବେ । ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ରିଲିଜ୍‌ ହେବାର ଥ଄ଲା। ଫିଲ୍ମ ଡିଷ୍ଟ୍ରିବ୍ୟୁଟର ରିତେଶ ସିଧୱାନି ‘କେଜିଏଫ୍‌-୨’ ସିନେମା ହଲ୍‌ଗୁଡ଼ିକ ଖୋଲିବା ପରେ ଏହା ରିଲିଜ୍‌ ହେବ ବୋଲି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *