ସଂସଦର ପ୍ରତିରକ୍ଷା ସ୍ଥାୟୀ କମିଟି ନିଷ୍ପତ୍ତି:ଲଦାଖ ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦ କରିବେ ପରିଦର୍ଶନ ।

ସଂସଦର ପ୍ରତିରକ୍ଷା ସ୍ଥାୟୀ କମିଟି ପୂର୍ବ ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଏବଂ ଚୀନ୍ ସୈନ୍ୟ ମଧ୍ୟରେ ଲଦାଖ ଅଞ୍ଚଳର ଗଲୱାନ ଉପତ୍ୟକା ଏବଂ ପାଙ୍ଗୋଙ୍ଗ ହ୍ରଦରେ ୧୦ମାସ ଧରି ଚାଲିଆସୁଥିବା ବିବାଦର ଅନ୍ତ ଘଟିଥିବା ବେଳେ ସ୍ଥାୟୀ କମିଟିର ପରିଦର୍ଶନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ଜଣିଆ କମିଟି ମେ’ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ମାସରେ ପୂର୍ବ ଲଦାଖ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଥିବା ଜଣାପଡ଼ିଛି। ୩୦ଜଣିଆ କମିଟିରେ ରାହୁଲ ଗାନ୍ଧୀ ମଧ୍ୟ ରହିଛନ୍ତି। ଅନ୍ୟପକ୍ଷରେ ପ୍ୟାନେଲ ବାସ୍ତବ ନିୟନ୍ତ୍ରଣ ରେଖା ପରିଦର୍ଶନ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ହିଁ ସେମାନେ ସେଠାକୁ ଯାଇପାରିବେ।

Leave a Reply

Your email address will not be published. Required fields are marked *